ବଲାଙ୍ଗିର ସହରର ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପଛପାଖରେ ଥିବା ଆର୍‌ଆର୍‌ କଲୋନୀ ଖୁଣ୍ଟପାଲି ଡି’ ବ୍ଲକ୍‌ରେ ନବନିର୍ମିତ ପାଣି ଟାଙ୍କି କାମକୁ ଆସୁନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣି ଟାଙ୍କି ତିଆରି ସରିଛି, ଅଥଚ କାମକୁ ଆସୁନି । କୁହାଯାଉଛି, ଲିକେଜ୍‌ ଯୋଗୁଁ ବ୍ୟବହାରକୁ ଆସୁନାହିଁ କୋଟି କୋଟି ଟଙ୍କାରେ ନିର୍ମିତ ପାଣିଟାଙ୍କି । ବଲାଙ୍ଗିର ସହରର ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପଛପାଖରେ ଥିବା ଆର୍‌ଆର୍‌ କଲୋନୀ ଡି’ ବ୍ଲକ୍‌ରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ନବନିର୍ମିତ ପାଣିଟାଙ୍କିରେ ଟ୍ରାଏଲ୍‌ ପାଇଁ ପାଣି ଭର୍ତ୍ତି କରାଯିବାରୁ ପ୍ରବଳ ପାଣି ଲିକେଜ୍‌ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାପରେ ଆଉ ଟାଙ୍କି ଉପରକୁ ପାଣି ଉଠାଯାଉ ନଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳୁଛି । ଚିର ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗିର ଜିଲ୍ଲାରେ ପାଣି ସମସ୍ୟା ଦୂର କରାଯିବାକୁ ୨୯ ଖଣ୍ଡ ଗାଁ ବାସିନ୍ଦାଙ୍କୁ ବିସ୍ତାପିତ କରାଯାଇଥିବା ବେଳେ ବିସ୍ତାପିତ ଲୋକେ ନିୟମିତ ପିଇବା ପାଣି ପାଉନଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିସ୍ତାପିତମାନେ କ୍ଷୋଭର ସହ କହିଛନ୍ତି ଯେ, ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ବିସ୍ତାପିତ କରାଯାଇଥିଲା । କିନ୍ତୁ ସେମାନେ ପ୍ରଶାସନର କଥା ମାନି ବିସ୍ତାପିତ ହେବା ପରେ ଏବେ ନାନାପ୍ରକାର ଅବ୍ୟବସ୍ଥା ଭିତରେ ଜୀବନ ଅତିବାହିତ କରୁଥିବା କହିଛନ୍ତି ।

Leave A Reply

Your email address will not be published.