ଜର୍ଜଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ : ନିଆରା ଢଙ୍ଗରେ କୁମାରୀ କନ୍ୟା ରତ୍ନ ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ, ଜର୍ଜଗଡ଼ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ ହୋଇଯାଇଛି । ଛୋଟିଆ ଗାଁ ଟିଏ ଜର୍ଜଗଡ଼, ତଥାପି ଗାଁର ସମସ୍ତେ ମିଳିମିଶି ପାଳନ କରିଛନ୍ତି ୨୬ତମ ଦୁର୍ଗାପୂଜା । ସବୁଠାରୁ ସୁନ୍ଦର ଭାବରେ ନିଆରା ଢଙ୍ଗରେ ପାଳନ ହୋଇଛି କୁମାରୀ କନ୍ୟା ରତ୍ନ ପୂଜନ । ଏଠାରେ ନବମୀ ତିଥିରେ ୧୬ଜଣ ଛୋଟ ଛୋଟ କୁମାରୀ କନ୍ୟା ରତ୍ନଙ୍କୁ ବସାଇ ପ୍ରଥମେ ପଣ୍ଡିତ ଦେବରାଜ ପଣ୍ଡା, ମନୋଜ ପୁରୋହିତ ପୂଜନ କରିଥିବା ବେଳେ ସୁନିତା ମିଶ୍ର, ସାରଳା ଅଗ୍ରୱାଲ, ଚନ୍ଦ୍ରକାନ୍ତି ଶତପଥି, ନଳିନୀ ଭୋଇ, ମମତା ସାହୁ, ଓମ କାନ୍ତି, ପ୍ରମୁଖ ମହିଳାମାନେ ଦୁର୍ଗା ସ୍ୱରୂପିଣୀ କୁମାରୀ କନ୍ୟା ରତ୍ନମାନଙ୍କୁ ପୂଜାକରି, କଜ୍ଵଳ, ଚନ୍ଦନ ଅଳତା ଇତ୍ୟାଦି ଶୃଙ୍ଗାର ସାମଗ୍ରୀ ଦେଇ ପୂଜାକରି ଅନେକ ଉପହାର ଦେବା ସହ ଖାଇବାକୁ ଦେଇଥିଲେ । ଦଶମୀ ତିଥିରେ ବିଶ୍ଵ ଶାନ୍ତି ପାଇଁ ୪ ଘଣ୍ଟା ଯାଏଁ ହୋମ କରାଯାଇ ପୂର୍ଣ୍ଣାହୁତି କରାଯାଇଥିଲା । ଏହାପରେ ଚାନ୍ଦ ଟିପା, ରାବଣ ପୋଡି କରାଯାଇ କଳସ ବିସର୍ଜନ ଓ ମାଁ ଦୁର୍ଗାଙ୍କୁ ସହ ସମସ୍ତ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରାଯାଇଥିଲା । ଅନେକ ଅତିଥି ପୂଜା ଦର୍ଶନ ପାଇଁ ଆସିଥିବା ବେଳେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ୍ୟ ଦର୍ଶନ କରିବାକୁ ଆସିଥିଲେ ବୋଲି କମିଟି ସଭାପତି ଗୋପାଳ ସା କହିଥିଲେ । ସେହିପରି ପାଇକମାଳ ଦୁର୍ଗା ମନ୍ଦିର ମଣ୍ଡପରେ ସାର୍ବଜନୀନ ନବଦୁର୍ଗା ପୁଜା ବହୁତ ଯାକ ଜମକରେ ପାଳନ ହୋଇଯାଇଛି । ଏଠାରେ ମୁଖ୍ୟ ଆକର୍ଷଣ ଥିଲା ନବମୀ ଦିନ କଳାହାଣ୍ଡିର କଟାପ୍ପାଙ୍କ ନଗର ଭ୍ରମଣ ଓ ଦଶମୀ ଦିନ ରାବଣ ପୋଡି, ଏହାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ହୋଇଥିଲା । କୌଣସି ଅପ୍ରୀତିକର ଘଟଣା ହୋଇ ନଥିଲେ ବି ରାସ୍ତା ବହୁତ ସମୟ ଯାଏ ଜାମ ରହିଥିଲା । ପ୍ରତିଦିନ ସାସ୍କସ୍କୃତିକ କ୍ରା୍ୟକ୍ରମରେ ମଧ୍ୟ୍ୟ ବହୁତ ଲୋକ ରାତ୍ରରେ ଏକତ୍ରିତ ହୋଇଥିଲେ । ଗତ ସୋମବାର ବିସର୍ଜନ କାର୍ଯ୍ୟକ୍ରମରେ ଅନେକ ମହିଳାମାନେ ଏକତ୍ରିତ ହୋଇଥିଲେ ବୋଲି କମିଟି ସଭାପତି ସୁଶାନ୍ତ ନାଗ ଜଣାଇଛନ୍ତି । ଚଳିତ ବର୍ଷ ଗ୍ରାମର ସମସ୍ତ ଯୁବକ ମାଁ ଭଉଣୀମାନେ ତଥା କମିଟିର ସଦସ୍ୟମାନଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଦୁର୍ଗାପୂଜା ସୁରୁଖୁରୁରେ ପାଇକମାଲରେ ସମାପ୍ତ ହେଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.