oom

ଜଗତଜନନୀ ମାଁ ଦୁର୍ଗା ଧରାଧାମରୁ ମେଲାଣୀ ନେଲେ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ଓ ସଂସ୍କୃତିର ସହର ପଦ୍ମପୁରରେ ନିଆରା ପୂଜା ପରମ୍ପରା ସୃଷ୍ଟି କରିଥିବା ମାଁ ଜଗତଜନନୀ ଦୁର୍ଗାଙ୍କର ପୂଜନୋତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ଗତ ଅକ୍ଟୋବର ୯ ତାରିଖରୁ ଖଣ୍ଡାଧୁଆ ଠାରୁ ଆରମ୍ଭ ହୋଇଥିବା ପୂଜା ଆଜି ସକାଳେ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇ ମା’ଙ୍କୁ ମେଲାଣୀ ଦିଆଯାଇଛି । ୫ ଦିନ ଧରି ଚାଲିଥିବା ଏହି ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ରାମଲୀଳା ନାଟ୍ୟଧାରା, ଦଣ୍ଡନୃତ୍ୟ, ଅପେରା, ଅର୍କେଷ୍ଟ୍ରା, କଳାକୁଞ୍ଜ, କୃଷ୍ଣଗୁରୁ ଇତ୍ୟାଦି ଅନେକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସହ ଶାରଦୀୟ ରଙ୍ଗମଞ୍ଚରେ ରଞ୍ଜିତା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଲୋକ ନୃତ୍ୟ ପ୍ରଦର୍ଶନ ପୂର୍ବକ ଲୁପ୍ତପ୍ରାୟ ଲୋକ କଳାକୁ ଉଜ୍ଜୀବିତ କରିବାର ପ୍ରୟାସକୁ ଲୋକେ ମନଭରି ଉପଭୋଗ କରିଥିଲେ । ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରତାପ ମିଶ୍ର, ଉପସଭାପତି ଅଜିତ ଶତପଥୀ, ସମ୍ପାଦକ ଯୁଗଳ କିଶୋର ସାହୁ, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ସନ୍ତୋଷ ମହାନ୍ତି, ପ୍ରମୋଦ ନାଥ, ସଂଜୀବ ବହିଦାର, ସାମଲ ଦାଶ, ନରସିଂହ ପଟ୍ଟନାୟକ, ଅଚ୍ୟୁତା ନନ୍ଦ ସେଠ, ନବ ବରିହା, ଶେଷଦେବ ମେହେର, ସଦାନନ୍ଦ ପୁରୋହିତ, ପପୁ ନାୟକ, ପିଣ୍ଟୁ ପାଢ଼ୀ, ଯୋଗେଶ ସାହୁ, ରାଜେନ୍ଦ୍ର ମହାନ୍ତି, ରାଜେଶ ଗୁର୍ଲା, ରମେଶ ଗୁର୍ଲା, ସୁରେନ୍ଦ୍ର ସାହୁ ଓ ଅନ୍ୟ ସଦସ୍ୟ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ମା’ ଦୁର୍ଗାଙ୍କର ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦଶମୀ ଦିନ ଚାନ୍ଦମାରୀ ଶୋଭାଯାତ୍ରା, ଶ୍ରୀ ରାମଙ୍କ ଶୋଭାଯାତ୍ରା ସହ ରାବଣଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ପଦ୍ମପୁର ଖେଳ ପଡିଆରେ ରାବଣପୋଡ଼ି ଉତ୍ସବରେ ଚମତ୍କାର ଆତସବାଜି ଦେଖିବାକୁ ମିଳିଥିଲା ଯାହାଫଳରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମରେ ପଦ୍ମପୁରର ମୁଖ୍ୟ ଛକ ଠାରୁ ରାଜବାଟୀ ପର୍ଯ୍ୟନ୍ତ ଜନସମୁଦ୍ରରେ ପରିଣତ ହୋଇଥିଲା । ପଦ୍ମପୁର ପୋଲିସ ସଫଳତାର ସହ ଭିଡ଼କୁ ନିୟନ୍ତ୍ରଣ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ମାଁ ଦୁର୍ଗାଙ୍କର ପୂଜାନୋତ୍ସବରେ ମୁଖ୍ୟପୂଜକ ରଘୁନାଥ ତ୍ରିପାଠୀ, ଅତ୍ରାହିଭଞ୍ଜନ ପାଣିଗ୍ରାହୀଙ୍କ ସହ ଅନ୍ୟ ପୂଜକମାନେ ବିଧି ପୂର୍ବକ ପୂଜା ସମ୍ପନ୍ନ କରିଥିଲେ ।

jittmm
Leave A Reply

Your email address will not be published.