ଟିକ୍ରାପଡା ଗାନ୍ଧୀ ପାଠାଗାର ନବରାତ୍ର ଦୁର୍ଗାପୂଜାରେ ମହିଳାମାନଙ୍କ ଦ୍ୱାରା ସିନ୍ଦୁର ଖେଳ ସହ ବିଜୟା ଦଶମୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାର ନବରାତ୍ର ଦୁର୍ଗାପୂଜାରେ ମହିଳାମାନଙ୍କ ସିନ୍ଦୁର ଖେଳ ସହ ବିଜୟା ଦଶମୀ ପାଳନ କରିଥିଲେ । ସମସ୍ତ ଯଂଜ୍ଞ କର୍ତ୍ତା ତଥା ମହିଳାମାନେ ସମବେତ ହୋଇ ମାଁ ଦୁର୍ଗାଙ୍କୁ ସିନ୍ଦୁର ପିନ୍ଧାଇ ମାଁଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ ଏବଂ ସଧବା ରହିବାର ପ୍ରାର୍ଥନା କରିବା ସହ ସମସ୍ତ ମହିଳା ସିନ୍ଦୁର ପରସ୍ପରଙ୍କୁ ଲଗାଇ ବାଦ୍ୟ ଗୀତରେ ଝୁମି ଉଠିଥିଲେ । ଶଙ୍ଖ, ବାଦ୍ୟ, ଘଣ୍ଟ ସହ ଏକ ଆଧ୍ୟାତ୍ମିକ ପରିବେଶରେ ପୂଜାମଣ୍ଡପ ଝଲସି ଉଠିଥିଲା । ଆନନ୍ଦ ଓ ଦୁଃଖ ଭରା ପରିବେଶରେ ମାଁଙ୍କୁ ମେଲାଣି ଦେବାକୁ ପୂଜାର କର୍ମ କର୍ତ୍ତା, ପୂଜକ, ପୂଜାକର୍ତ୍ତା ତଥା ପଡାବାସୀଙ୍କ ଆରାଧନା କରିଥିଲେ । ସମସ୍ତ ସହରବାସୀ, ପଡାବାସୀ, ପାଠାଗାର ସଭ୍ୟସଭ୍ୟା, ଯଂଜ୍ଞ କର୍ତ୍ତା ଓ ପରିବାର ମାଁ ଦୁର୍ଗାଙ୍କ ନବରାତ୍ର ପୂଜାରେ ସହଯୋଗ କରିଥିବାରୁ ପୂଜା କମିଟି ତଥା ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକ, ସମ୍ପାଦକ ପ୍ରଦୀପ ସାହୁ ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗ ତଥା କମିଟି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.