ଆସନ୍ତା ଦଶହରାରେ ୧୨ ହାତ ଖଡ୍ଗ ଶୋଭାଯାତ୍ରା ନେଇ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୩ ତାରିଖ ଦଶହରା ଦିନ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ୧୨ ହାତ ଖଡ୍ଗ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ସଭାପତି ଦିଲ୍ଲିପ ରାୟଙ୍କ ପ୍ରତିନିଧି ହରିହର ରାଉତରାୟ ଅତିଥି ଭାବେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରିଥିଲେ । ଏହି ବୈଠକରେ ମହାସଭାର ମରାମତି, ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ଦାୟିତ୍ଵ ବଣ୍ଟନ, ବିଶେଷ କରି ଦଶହରା ଦିନ ଖଡ୍ଗ ଶୋଭାଯାତ୍ରା କିପରି ଶୃଙ୍ଖଳିତ ଢଙ୍ଗରେ ସମାପନ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୂର୍ବାହ୍ନ ୯ଟାରେ ଖଡ୍ଗ ଶୋଭାଯାତ୍ରା ମହାସଭା ଭବନରୁ ବାହାରି ସେକ୍ଟର ୨ ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚି ସେଠାରେ ମାଲ୍ୟାର୍ପଣ ପରେ ପୁଣି ଖଡ୍ଗ ଭବନକୁ ଫେରିବାକୁ ଥିବା ବେଳେ ଅଗ୍ରଭାଗରେ ମହିଳା ମାନେ ନେତୃତ୍ୱ ନେବେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ସଭାପତି ଦିଲ୍ଲୀପ ରାୟ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ । ପରେ ମହାସଭା ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଛି ସମର୍ପିତ ଥିବା ଖଣ୍ଡାୟତ କ୍ଷତ୍ରିୟ ଭାଇ ମାନଙ୍କୁ ସମ୍ବର୍ଦ୍ଧିତ ଓ ପରେ ବିଶିଷ୍ଟ ବକ୍ତାଙ୍କ ଦ୍ୱାରା ଖଣ୍ଡାୟତ କ୍ଷତ୍ରିୟଙ୍କ ଐତିହ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଛି । ଶେଷରେ ସମସ୍ତେ ପ୍ରସାଦ ସେବନରେ ସମ୍ମିଳିତ ହେବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଶତାଧିକ ଖଣ୍ଡାୟତ କ୍ଷତ୍ରିୟ ଭାଇ ଓ ଭଉଣୀମାନେ ଯୋଗଦେଇ ଏହି ବୈଠକରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଉପସଭାପତି ରବିନାରାୟଣ ପରିଡ଼ା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଖଣ୍ଡାୟତ କ୍ଷତ୍ରିୟ ଭାଇ ଓ ଭଉଣୀମାନେ ଯୋଗଦେଇ ନିଜର ଐକ୍ୟବଦ୍ଧତା ପ୍ରଦର୍ଶନ ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ କୁହାଯାଇଛି ।

Leave A Reply

Your email address will not be published.