ମା’ ଶ୍ୟାମା କାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଅକ୍ଟୋବର ୨ ତାରିଖ ବୁଧବାର ଦିନ ଅପରାହ୍ନ ସମୟରେ ପଦ୍ମପୁର ହନୁମାନପଡ଼ା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା କାଲିପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ ବର୍ଷର ଆୟବ୍ୟୟ ପଠନ ସହିତ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ମା’ ଶ୍ୟାମା କାଳୀଙ୍କ ପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହା ସହ ପୂଜା ପାଇଁ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅଜିତ ଶତପଥୀ ମନୋନୀତ ହୋଇଥିବା ବେଳେ, ପ୍ରିୟରଞ୍ଜନ ଭୋଇ ଉପସଭାପତି, ପ୍ରଫୁଲ୍ଲ ମିଶ୍ର ସମ୍ପାଦକ, ଆଦର୍ଶ ନାଥ ଓ ଅଜୁ ପଟ୍ଟନାୟକ ସହ ସମ୍ପାଦକ, ଶ୍ୟାମଳ ଦାସ କୋଷାଧ୍ୟକ୍ଷ, ସରୋଜ ମିଶ୍ର ସହ କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ବରିଷ୍ଠ ସଦସ୍ୟ ଚିନ୍ତାମଣି ମଲ୍ଲିକ, ରାହାସ ତ୍ରିପାଠୀ, ଅଶୋକ ବହିଦାର, ପ୍ରମୋଦ ନାଥ, ବିଜୟ ବହିଦାର, ଜିତେନ୍ଦ୍ର ଦାସ, ରବି ପ୍ରଧାନ, ସଞ୍ଜୀବ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ପୂଜାରେ ମଣ୍ଡପ ସାଜସଜ୍ଜା, କାକରା ଭୋଗ, ମୀନା ବଜାର ଓ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହେବ ବୋଲି ସଭାପତି ଓ ଉପସଭାପତି ଜଣାଇଛନ୍ତି ।

Leave A Reply

Your email address will not be published.