jsm

କୋଶଳ କଳା ମଣ୍ଡଳ ସମୀକ୍ଷା କରିବେ ବିଧାୟକ

csstore
  • ପାଟଣା ମହାରାଜ ଆର.ଏନ୍‌.ସିଂହଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବେ

ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ଐତିହ୍ୟ ମନ୍ଦିର ଏବଂ କଳା ସଂସ୍କୃତିର ଐତିହ୍ୟ ପୀଠ କୋଶଳ କଳା ମଣ୍ଡଳ ସୁରକ୍ଷା ପାଇଁ ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର ବିଧାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । କୋଶଳ କଳା ମଣ୍ଡଳର ଉନ୍ନତି ପାଇଁ ୩ କୋଟି ୯୦ ଲକ୍ଷ ଟଙ୍କା ଆସିଥିବା ପୂର୍ବତନ ସରକାର ଥିବା ସମୟରେ ଆସିଥିଲା । ୬ ମାସ ବିତି ଯାଇଥିଲେ ମଧ୍ୟ ଅଧା ପନ୍ତରିଆ କାମ ପଡିରହିଛି ଏବଂ କମିଟି ୪ଟି ପ୍ରସ୍ତାବ ପ୍ରଦାନ କରାଯାଇଥିଲା । କୋଶଳ କଳା ମଣ୍ଡଳର ୭ ଏକର ୨୦୦ ଡିସିମିଲ ଜମି ରେକର୍ଡ ରୁମ ଅନୁସାରେ ସୂଚନା ଜଣା ପଡିଥିବା ବେଳେ କେତେ ଜବରଦଖଲ ହୋଇଛି ତାର ସୁରକ୍ଷା ପାଇଁ ଦାବି, କୋଶଳ କଳା ମଣ୍ଡଳ କମିଟି ୯୯ ବର୍ଷରୁ କମିଟି ୨୫ ବର୍ଷ ବିତି ଯାଇଥିଲେ ମଧ୍ୟ ନୂତନ କମିଟି ହୋଇନାହିଁ ଏବଂ ଜନ ପ୍ରତିନିଧି କମିଟିରେ ସଦସ୍ୟ ହେବା ପାଇଁ ଦାବି, କୋଶଳ କଳା ମଣ୍ଡଳର ପୁରୁଣା ମଂଚକୁ କୌଣସି ବ୍ୟବସାୟୀକରଣ କରାନଯାଉ, ୧୯୪୫ ମସିହାରୁ ୨୦୨୪ କୁ ଦେଖିଲେ ୮୦ ବର୍ଷ ପୁର୍ତ୍ତି ହେବାକୁ ଯାଉଛି । ଏହାର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା କରିବା ପାଇଁ ଦାବି, କୋଶଲ କଳାମଣ୍ଡଳର ପ୍ରତିଷ୍ଠାତା ମହାରାଜ ତଥା ମହାରାଜ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବି ପ୍ରଦାନ କରାଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏ ବାବଦରେ ଏକ କମିଟି ଗଠନ କରି ସମୀକ୍ଷା ଏବଂ ପରିଦର୍ଶନ କରିବେ ଏବଂ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିନିଧି ମଣ୍ଡଳିରେ ନାଗରିକ କମିଟିର ସଂପାଦକ ମଧୁ ସୁଦନ ନାୟକ, ଦେବାଳୟ ସୁରକ୍ଷା କମିଟିର ଉପ ସଭାପତି ପ୍ରଶାନ୍ତ ମହାକୁର, ସୁରେନ୍ଦ୍ର ନେଗୀ, ରିଣ୍ଟୁ ସାହୁ, ସଚ୍ଚିଦାନନ୍ଦ ନାଏକ, ସଂପାଦକ ନରେନ୍ଦ୍ର କବାଟ ଓ ବୁଲୁ ବେହେରା ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.