ଧର୍ମ ପରାୟଣା ମହିଳା ମଞ୍ଜୁଲତା ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ନିବାସୀ ଧର୍ମ ପରାୟଣା ମହିଳା ମଞ୍ଜୁଲତା ସାହୁ (୫୦)ଙ୍କ ବୁଧବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ସ୍ୱର୍ଗତା ଶ୍ରୀମତୀ ସାହୁ ବଲାଙ୍ଗିରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଶେଷ ସମୟରେ ତାଙ୍କ ପୁତ୍ର ସୌମ୍ୟ ରଂଜନ, ବୋହୁ ରୋଜାଲିନ, ଝିଅ ରାକ୍ଷୀ, ଜ୍ୱାଇଁ କାହ୍ନୁ ଚରଣ ଓ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଅକୃର ସାହୁ, ନନ୍ଦ କିଶୋର ସାହୁ, ଧନଞ୍ଜୟ ସାହୁ, ମଧୁସୁଦନ ସାହୁ, ଜୟଗୋପାଳ ସାହୁ, ବିଜୟ ସାହୁ, ଶୁଭ୍ରାଂଶୁ ସାହୁ, ବିପୁଳ ସାହୁ, ବୀଣା ସାହୁ, ବିଷ ସାହୁଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ସୌମ୍ୟ ରଂଜନ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ କୁଟୁମଡୋଳା ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.