‘କୋସଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ’ର ଲୋଗୋ ସାଂଗେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କର୍‌ ଆତ୍ମଜୀବନୀ ‘ଖଇରପଲ୍ଲୀରୁ ନୂଆଦିଲ୍ଲୀ’ ପୁସ୍ତକ ମୁକ୍‌ଲାନ୍‌ ଉଛବ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିପି ଏକାଡେ଼ମିର ସଭା ଘରେ ‘କୋସଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ’ର ଲୋଗୋ ଲୋକାର୍ପିତ ହେବାର ସାଂଗେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କର୍‌ ଆତ୍ମଜୀବନୀ ‘ଖଇରପଲ୍ଲୀରୁ ନୂଆଦିଲ୍ଲୀ’ ମୁକ୍‌ଲାନ୍‌ ହେଇଯାଇଛେ । ଡଃ. ନାମଯଜ୍ଞ ମିଶ୍ରଙ୍କର ସଭାପତିତ୍ୱରେ କେବିନେଟ୍‌ ମନ୍ତ୍ରୀ ଡଃ.ମୁକେଶ ମହାଲିଙ୍ଗ ମୁଖିଆ କୁନୁଆଁ ଲୋଗୋ ସାଂଗେ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ୍‌ କରିଥିଲେ । କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର କୁମାର ବନ୍‌ଛୋର୍‌ ସଭା ପରିଚାଲନା କରିଥିଲେ । ଗୋରେଖନାଥ ସାହୁ ମୁଖିଆ କହକା, ମୁଖିଆ ଟ୍ରଷ୍ଟି ନରସିଂହ ପ୍ରସାଦ ଗୁରୁ ସମ୍ମାନିତ କୁନୁଆଁ ହିସାବେ ମଚାନ୍‌ ନେ ଥିଲେ । ଲେଖିକା ରାଶେଶ୍ୱରୀ ମିଶ୍ରଙ୍କୁ ମାନପତର ଦେଇକରି ସନ୍‌ମାନିତ କରାଯାଇଥିଲା । ଲୋଗୋ ପ୍ରସ୍ତୁତ କରିଥିବାର ଚିତ୍ରଶିଳ୍ପୀ ଦିଲୀପ କୁମାର ସିଂଦେଓ ଲୋଗୋ ବାବଦ୍‌ ଥି ମଚାନ୍‌ ଥି ଆଲୋଚନା କରିଥିଲେ । ଟ୍ରଷ୍ଟର ସଂପାଦକ ମଧୁସୂଦନ ଦାଶ ଟ୍ରଷ୍ଟ ଗଠନ ସଂପର୍କରେ ସୂଚନା ଦେଇ କରି କାର୍ଯ୍ୟକାରୀ ସମିତିର ସଭାପତି ଡଃ. ନାମଯଜ୍ଞ ମିଶ୍ର ଆରୁ ଟ୍ରଷ୍ଟର ମୁଖପତ୍ର ‘ମୁହୁରୀ’ର ମୁଖିଆ ସଂପାଦକ ଡଃ.ସନ୍ତୋଷ କୁମାର ରଥ ବଲି ସଭା ନେ କହିଥିଲେ । ଇ’ ସଭା ଥି ପ୍ରଫେସର୍‌ ମଧୁସୂଦନ ପତି, ଡଃ.ଗୋପବନ୍ଧୁ ରଥ, ଡଃ. ଘାସୀରାମ ମିଶ୍ରଙ୍କର ସାଂଗେ ଟ୍ରଷ୍ଟର ସଦସ୍ୟ ଶରତ କୁମାର ହୋତା, କିଶୋର କୁମାର ପୁରୋହିତ, ଆଶୁତୋଷ ମିଶ୍ର, ଜ୍ୟୋତିପ୍ରକାଶ ଗୁରୁ, ରଘୁନାଥ ବାବୁ ସଭା ପରିଚାଲନା ଥି ସହଯୋଗ କରିଥିଲେ । ଟ୍ରଷ୍ଟର ଯୁଗ୍ମ ସଂପାଦକ ସୂର୍ଯ୍ୟକାନ୍ତ ବାଗ ମଙ୍ଗଲ ମାଲେଶିରୀ ଗାଏବାର୍‌ ସାଂଗେ ଧଏନ୍‌ବାଦ୍‌ ଦେଇଥିଲେ ।

Leave A Reply

Your email address will not be published.