ପରିତ୍ୟକ୍ତ କୂଅରୁ ଜଙ୍ଗଲୀ ବାର୍‌ହାକୁ ଉଦ୍ଧାର କଲା ବନବିଭାଗ

ବୌଦ୍ଧ, (କେପିଏନ୍‌ଏସ୍‌) : ପରିତ୍ୟକ୍ତ କୂଅରେ ପଡିଗଲା ଜଙ୍ଗଲୀ ବାରହା । ଗ୍ରାମବାସୀଙ୍କ ବନବିଭାଗକୁ ଖବର । ଉଦ୍ଧାର କଲା ପୁରୁଣାକଟକ ବନବିଭାଗ । ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ହରଭଙ୍ଗା ବ୍ଲକ ଧଳପୁର ହାଇସ୍କୁଲ ପଛପାଖରେ ଥିବା ପରିତ୍ୟକ୍ତ କୂଅରେ ପଡିଥିଲା ଜଙ୍ଗଲୀ ବାର୍‌ହା । ସକାଳୁ ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କ ନିର୍ଦ୍ଦେଶରେ ବନପାଳ ଗୋବର୍ଦ୍ଧନ ମେହେରଙ୍କ ତତ୍ତ୍ୱାବଧାନରେ ୪ ଜଣିଆ ସ୍କ୍ୱାର୍ଡ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା ପରିଶ୍ରମ କରି କୂଅ ଭିତରୁ ବାର୍‌ହାକୁ ଉଦ୍ଧାର କରିଥିବା ଓ ବାର୍‌ହାଟି ପ୍ରାୟ ୧ ବର୍ଷର ହୋଇଥିବା ବନପାଳ ଶ୍ରୀ ମେହେର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!