ସ୍କୁଟି ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର, ୪ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସ୍କୁଟି ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ୪ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି । ଗୁରୁତର ବ୍ୟକ୍ତି ହେଉଛନ୍ତି କୃପା ବୈଶାଖ (୭୦) ଓ ଗୋଖୁଳ ମାଳି (୫୦) । କଲ୍ୟାଣସିଂହପୁର ବଜାର ସାରି ନିଜ ଘର ସିଙ୍ଗାରି ପଞ୍ଚାୟତର କରଞ୍ଜା ଗାଁକୁ ଯାଉଥିଲେ । ଠିକ୍‌ ସେତିକିବେଳେ ସିଙ୍ଗାରି ପଞ୍ଚାୟତ ସାନ ବମାନଗୁଡା ଗାଁର ଲାଚନା ହିକକା (୪୦) ରାମଦାସ ସାରାକା (୨୫) ଓ ସୁରେଶ ସାରାକା କଲ୍ୟାଣସିଂହପୁର ଆସୁଥିବା ବେଳେ ଅଡାବାଡ଼ି ଢେପାଗୁଡା ବୁଲାଣି ମଧ୍ୟରେ ସ୍କୁଟି ଓ ବାଇକ୍‌ ମୁହାଁମୁହିଁ ହେବା ଯୋଗୁଁ କୃପାଙ୍କ ଡାହାଣ ଗୋଡ଼ର ୨ଟି ଜାଗା ଭାଙ୍ଗିଯାଇଥିବା ଡାକ୍ତର ସତ୍ୟନାରାୟଣ ଦାସ କହିଛନ୍ତି । କୃପାଙ୍କୁ ପ୍ରାଥମିକ ଚିକିତ୍ସା କରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣାପଡିଛି । ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଖବର ପାଇ କଲ୍ୟାଣସିଂହପୁର ପୁଲିସ ମେଡିକାଲକୁ ପହଞ୍ଚି ଏସ୍‌ଆଇ ଶିବ ପ୍ରସାଦ ସ୍ଵାଇଁ ଓ ଦିଲ୍ଲୀପ କୁମାର ମାଝୀ ଉକ୍ତ ଘଟଣାର ପଚରାଉଚରା କରିଥିଲେ ।

Leave A Reply

Your email address will not be published.

error: Content is protected !!