ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରେଙ୍ଗାଲି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସଲତରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀପତି ନନ୍ଦ, ବନବାସିନୀ ଛତ୍ରିଆ, ସିଆର୍‌ସିସି ଦତ୍ତାତ୍ରେୟ ପଧାନ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ରେଙ୍ଗାଲି, ତାଲଜୁରୀ, ବାଗଡୁଙ୍ଗୁରି, କପିଲବାହାଲ, ଦାଣ୍ଡପାଣି ଏବଂ ତବଲବାଞ୍ଜିର ସମସ୍ତ ଶିକ୍ଷକମାନେ ସହଯୋଗ କରିଥିଲେ । ଏହି ଅବସରରେ ଲୋକକଳାକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷକ ମୋହନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!