ଗଣେଶ ପୂଜା ଭଷାଣୀରେ ନିଶାଦ୍ରବ୍ୟ ଓ ଡିଜେ ବନ୍ଦ

କଟକ, (କେପିଏନ୍‌ଏସ୍‌) : କଟକ ସଦର ଥାନା ଅନ୍ତର୍ଗତ ଡାହାଳିଆବାଗ୍ ସ୍ଥିତ ହରପାର୍ବତୀ ପୂଜା ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଛି । ହରପାର୍ବତୀ ପୂଜା କମିଟି ସମ୍ପାଦକ ତଥା ପୂର୍ବତନ କର୍ପୋରେଟର କୌଶିକ ଜେନାଙ୍କ ନେତୃତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବେନ୍ଦ୍ର ନାଥ ସାହୁ, ଭିକାରୀ ଚରଣ ଦାସ, ନଳିନୀକାନ୍ତ ସ୍ଵାଇଁ, ସାମ୍ବାଦିକ ଲଳିତ କୁମାର ଦାଶ, ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଆଗାମୀ ଦଶହରାରେ ପୂଜା କାର୍ଯ୍ୟ ନେଇ ଆଲୋଚନା କରିଥିଲେ । ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସହ ମଦ ମୁକ୍ତ ଭଷାଣୀ, ଡିଜେ ମୁକ୍ତ ରୋଷଣୀ ସହ ପଲିଥିନ କିଭଳି ବ୍ୟବହାର ହେବ ନାହିଁ ସେ ପ୍ରତି ଅନୁଷ୍ଠାନ ପକ୍ଷରୁ ଦୃଷ୍ଟି ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଭାପତି ବଦ୍ରିନାରାୟଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶଚିକାନ୍ତ ମହାନ୍ତି, ଦୀନକୃଷ୍ଣ ମହାନ୍ତି, ମହେନ୍ଦ୍ର କୁଅଁର, ପ୍ରଦୀପ ଜେନା, ସୁମନ୍ତ ରାଉତ, ସୁଶାନ୍ତ ମହାନ୍ତି, ପୁଲିନ ମହାପାତ୍ର, ତୋଫାନ୍ ସ୍ଵାଇଁ ପ୍ରମୁଖ ସଦସ୍ୟଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.