ପୂର୍ବତଟ ରେଳପଥ ଜନ ଭାଗିଦାରୀ ଏବଂ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହିତ କରେ

ଭୁବନେଶ୍ୱର, (ପିଆଇବି) : ସମୁଦାୟର ଯୋଗଦାନକୁ ସୁଦୃଢ଼ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଜନସାଧାରଣଙ୍କ କଲ୍ୟାଣ ତଥା ପରିବେଶ ସ୍ୱଚ୍ଛତା ପାଇଁ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏହି ପଦକ୍ଷେପ ‘ସ୍ୱଚ୍ଛତା ହିଁ ସେବା’ (ସ୍ୱଚ୍ଛତା ସେବା) ବିଷୟକୁ ସୂଚିତ କରୁଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ସେ ହିତାଧିକାରୀ ଏବଂ ଜନ ସମୁଦାୟ / ସାଧାରଣ ଜନତାଙ୍କ ସହ ସକ୍ରିୟ ଭାବରେ ଜଡିତ ଥିଲେ । ସ୍ୱଚ୍ଛତା ଅଭିଯାନରେ ତାଙ୍କର ଯୋଗଦାନ ସର୍ବସାଧାରଣ ସ୍ଥାନରେ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନତା ସହ ପରିମଳ ବଜାୟ ରଖିବାରେ ସହଯୋଗୀ ପ୍ରୟାସର ଗୁରୁତ୍ୱକୁ ଦର୍ଶାଇଲା । ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେସ କୁମାର ବେହେରା ପୁରୀ ରେଳ ଷ୍ଟେସନରେ ଏହି ଅବସରରେ ଯୋଗଦାନ କରିଥିବାବେଳେ ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ବି. କେ. ମିଶ୍ର କଟକ ରେଳ ଷ୍ଟେସନରେ ସମାନ କାର୍ଯ୍ୟରେ ଭାଗ ନେଇଥିଲେ । ସେମାନଙ୍କର ନେତୃତ୍ୱ ଜନ ସମୁଦାୟର ଯୋଗଦାନ ଏବଂ ପରିବେଶ ଦାୟିତ୍ୱ ବୃଦ୍ଧି କରାଇବା ପାଇଁ ରେଳବାଇର ଉତ୍ସର୍ଗ ଉପରେ ଗୁରୁତ୍ୱାରୋପ କରିଥିଲା । ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ବିଭିନ୍ନ ହିତାଧିକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକ ମଧ୍ୟରେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା, ଯେଉଁମାନେ ବିଭିନ୍ନ ରେଳ ଷ୍ଟେସନରେ ସ୍ୱଚ୍ଛତା କାର୍ଯ୍ୟକଳାପରେ ବିଶେଷ ଅବଦାନ ରଖିଥିଲେ । ଯାତ୍ରୀ ଏବଂ ଜନସାଧାରଣଙ୍କ ପାଇଁ ଏକ ପରିଷ୍କାର ଏବଂ ଅଧିକ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବାକୁ ଏହି ସହଯୋଗ ଲକ୍ଷ୍ୟ ରଖିଛି । ଜନ ଭାଗିଦାରୀ ଏବଂ ସ୍ୱଚ୍ଛତା ଅଭିଯାନ ଭଳି ପଦକ୍ଷେପ ମାଧ୍ୟମରେ ପୂର୍ବତଟ ରେଳପଥ ସ୍ୱଚ୍ଛତା ଏବଂ ଜନସମୁଦାୟର ଅଂଶଗ୍ରହଣର ସଂସ୍କୃତିକୁ ପ୍ରୋତ୍ସାହିତ କରିଚାଲିଛି ଯେପରିକି ରେଳ ଷ୍ଟେସନଗୁଡିକ କେବଳ ପରିବହନର ଧାରା ନୁହେଁ ବରଂ ସମାଜ ଓ ପରିବେଶ ପ୍ରତି ଏହାର ଯୋଗଦାନକୁ ଦର୍ଶାଉଛି ।

Leave A Reply

Your email address will not be published.