ମାଣ୍ଡୋସିଲ ଡିଗ୍ରୀ କଲେଜରେ ଜାତୀୟ ସେବା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଦିବସ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ପରିଚାଳନା କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଓ ଓଡ଼ିଆ ବିଭାଗ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ଏନ୍‌ଏସ୍‌ଏସ୍‌ ଗଠନ ଓ ତାର କାର୍ଯ୍ୟକଳାପ ସମ୍ପର୍କରେ ବକ୍ତା ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍‌ ପୋଗ୍ରାମ ଅଫିସର ସୁମିତାବ ନାୟକ ସଂଯୋଜନା କରିଥିଲେ । ଉତ୍ତମ କାମ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଅଧ୍ୟାପିକା ସସ୍ମିତା ସରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!