ଆନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଅବସରରେ ଭାରତ ସରକାରଙ୍କ ଅଧୀନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା ବଲାଙ୍ଗିରରେ ଥିବା ସି.ଆର୍‌.ସିରେ ଏହି ଦିବସଟି ପାଳିତ ହୋଇଛି । ସଭାର ମୁଖ୍ୟ ଅତିଥି ଭାବରେ ରାଜ୍ୟସଭାର ସାଂସଦ ନିରଞ୍ଜନ ବିଶି ମହୋଦୟ ଯୋଗ ଦେଇଥିଲେ । ସଭା କାର୍ଯ୍ୟର ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନେ, ମଧ୍ୟରେ ସି. ଆର୍‌. ସି ବଲାଙ୍ଗିରର ନିର୍ଦ୍ଦେଶକ ଗୁରୁବକ୍ଷ ଚାନ୍ଦ ଜଗୋଟା, ଯେ. ବି. ବି. ଏସ୍‌. ଏନ୍‌. ସଂସ୍ଥାର ନିର୍ଦ୍ଦେଶକ ଏବଂ ଇ. ସି. ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସି. ଆର୍‌. ସି.ର ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତକୁ ସାଙ୍କେତିକ ଭାଷାରେ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଜିତେନ୍ଦ୍ର କୁମାର ବାରିକ ଓ ସ୍ୱତନ୍ତ୍ର ଶିକ୍ଷାବିତ୍ ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ, ଦୀପକ କୁମାର ନାୟକ, ପ୍ରଶାସନିକ ଅଧିକାରୀ ସନ୍ତୋଷ କାମିଳା, ପ୍ରଶାସନିକ ସହାୟକ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ସଭାରେ ସି. ଆର୍‌. ସି. ବଲାଙ୍ଗିରର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶିବଦିଉତି ମହାପାତ୍ର, ଅଧ୍ୟାପକ ବୃତ୍ତିଗତ ଚିକିତ୍ସକ ସଭାକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!