ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ଲୋଇସିଂହା ଗାନ୍ଧୀ ସ୍ମୃତି ପାଠାଗାର ଠାରେ ବରିଷ୍ଠ ସଦସ୍ୟ ନନ୍ଦ କିଶୋର ଭୋଇ(କୁନା)ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ବବୁଲୁ ଦଳେଇ, କାର୍ଯ୍ୟକାରୀ ସଭାପତି – ନିବାସ ମହାରଣା, କୋଷାଧ୍ୟକ୍ଷ- ନନ୍ଦକିଶୋର ଭୋଇ, ସମ୍ପାଦକ ବ୍ରଜମୋହନ ବିଶୋଇ, ସହ ସଂପାଦକ ଅଶ୍ୱିନୀ ମେହେର, ସାଂସ୍କୃତିକ ସମ୍ପାଦକ ଆଶିଷ କୁମାର ଦଳେଇ ପ୍ରମୁଖ ମନୋନୀତ ହୋଇଥିଲେ । ଏଥିସହିତ ପରିଚାଲନା କମିଟିର ସଦସ୍ୟ ଭାବେ ସୁଦାମ ମାହାଣା, ଭୀମ କର୍ତ୍ତି, ଉଦ୍ଧବ ଭୋଇ, ସୁବଳ ମାହାଣା, ଗଙ୍ଗରାଜ ବିଶି, କୁମାର ପାଣ୍ଡେ ପ୍ରମୁଖ ରହିଥିବା ବେଳେ ପୂଜାକର୍ତ୍ତା ଭାବେ ରାକେଶ ଦଳେଇ ରହିଛନ୍ତି । ପ୍ରତିଦିନ ଭୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ବୈଠକରେ ଅମନ ଭୋଇ, କାର୍ତ୍ତିକ ମେହେର, ବବଲୁ ମେହେର, ଜୟନ୍ତ ମାହାଣା, ସରୋଜ ମାହାଣା, ସୁମନ୍ତ ଭୋଇଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ବ୍ରଜମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!