୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ମାମଲା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ମାମଲା ହୋଇଛି । ବିଜେପି ନେତ୍ରୀ ତଥା ସମାଜସେବୀ ପ୍ରମିଳା ଦାସ ଏବଂ ସମାଜସେବୀ ରିତା ସିଂହ ଏ ସମ୍ପର୍କରେ ନାବାଳିକାଙ୍କ ସମ୍ପର୍କୀୟଙ୍କ ସହିତ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ସହରର ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ତତ୍ପର ହୋଇଛି । ଏହି ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ପିଡ଼ିତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି । ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ସମ୍ପର୍କରେ ପୋଲିସ୍ ତଦନ୍ତ ଜାରି ରଖିଛି । ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ ୨ ଜଣ ନାବାଳିକା ବିଶ୍ରା ଛକ ନିକଟକୁ କିଛି କିଣାକିଣି ପାଇଁ ଯାଇଥିଲେ । ଏହି ସମୟରେ ସେମାନଙ୍କୁ ବସ୍‌ଷ୍ଟାଣ୍ଡ ନିକଟରେ ୩ ଜଣ ଯୁବକ ଏକ ଅଟୋରେ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାର ନାବାଳିକାଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ହୋଇଛି । ଏହି କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ପୀଡ଼ିତା କହିଛନ୍ତି । ପୀଡ଼ିତା ନାବାଳିକା ଦ୍ୱୟ ଏ ବାବଦରେ ମାଲ ଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଏତଲା ଦିଆ ଯାଇଥିଲା । ପୋଲିସ ତଦନ୍ତ କରି ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି ।

Leave A Reply

Your email address will not be published.

error: Content is protected !!