ଓଲଟିଲା କପା ବୋଝେଇ ଟ୍ରକ୍‌ : ଡ୍ରାଇଭର୍‌ ଆହତ

ସୋନପୁର : ଭାରସାମ୍ୟ ହରାଇ ଓଲଟିଲା କପା ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଟ୍ରକ୍‌ଟି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ ପଶ୍ଚିମବଙ୍ଗକୁ କପା ବୋଝେଇ ଯାଉଥିବା ବେଳେ ଘଟିଛି ସୂଚନା ଅନୁସାରେ, ଏକ ଟ୍ରକ୍ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ କପା ନେଇ ପଶ୍ଚିମବଙ୍ଗକୁ ଯାଉଥିଲା । ରାସ୍ତାରେ ଯିବା ସମୟରେ ଜୟ ଯବାନ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରେ ଗୋରୁ ଶୋଇ ଥିବାରୁ ଗାଡ଼ିକୁ ସାଇଡ୍‌ କରିବାକୁ ଚେଷ୍ଟା କରିଥିଲେ ଟ୍ରକ୍‌ ଡ୍ରାଇଭର୍‌ । ତେବେ ସାଇଡ୍‌ କଲାବେଳେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର୍‌ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାସ୍ଥଳରେ କପା ବଣ୍ଡଲ ସବୁ ରାସ୍ତା ଉପରେ ପଡ଼ିଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସୋନପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏଥି ସହ ଆହତ ଡ୍ରାଇଭର୍‌ଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି ପୋଲିସ ।

Leave A Reply

Your email address will not be published.