ବଲାଙ୍ଗିର ଜିଲ୍ଲା ପୁଲିସର ମିଶନ ଦାଦନ ‘ଉଦ୍ଧାର – ୩’ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପୁଲିସ, ୟୁନିସେଫ ଏବଂ ଆଡ ଏଟ୍ ଆକ୍ସନର ମିଳିତ ଉଦ୍ୟମରେ ବେଆଇନ ଦାଦନ ଚାଲାଣ ଉପରେ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ ‘ଉଦ୍ଧାର – ୩’ ଶନିବାର ଲାଠୋର ଥାନା ଅନ୍ତର୍ଗତ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । କାର୍ଯ୍ୟ କ୍ଷେତ୍ରରେ ଦାଦନ ଶ୍ରମିକ ପରିବାରର ପୁରୁଷ, ମହିଳା, ଶିଶୁ ନିର୍ଯ୍ୟାତିତ ହେବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ରୀତିମତ ଅଭିଯୋଗ ଆସୁଛି । ଏମିତିକି ନାବାଳକ ନାବାଳିକାମାନଙ୍କୁ ଇଟା ଭାଟିରେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ଏହାକୁ ରୋକିବା ପାଇଁ ବ୍ୟାପକ ପରିମାଣରେ ସଚେତନ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ । କିଭଳି ସଚେତନ ନାଗରିକ ଏହି ଦାଦନ ପ୍ରଥା ଉପରେ ଲଗାମ ପାଇଁ ପ୍ରଶାସନକୁ ସହଯୋଗ କରିବେ, ବେଆଇନ ଶ୍ରମିକ ଚାଲାଣ ସମ୍ପର୍କରେ ପୁଲିସର ନମ୍ବରକୁ ଫୋନ୍‌ କରିବେ, ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ଏନେଇ ଆଜି ସଭାର ମୁଖ୍ୟ ଅତିଥି ଏସ୍‌ଡିପିଓ ଶ୍ରୀ ପୁଝାରୀ ବ୍ୟାପକ ଅବଗତ କରିଥିଲେ । ଏହି ସଚେତନତା ସଭାରେ ଲାଠୋର ଥାନାଧିକାରୀ ରାକେଶ ବେହେରା, ଏଡ୍‌ ଏଟ୍‌ ଆକ୍ସନର ପ୍ରୋଗ୍ରାମ ମ୍ୟାନେଜର ସରୋଜ କୁମାର ବାରିକ, ରେଳ ସୁରକ୍ଷା ବଳ ଏଏସ୍‌ଆଇ ପରମାନନ୍ଦ ଭାଟି, ଏଏଲ୍‌ଓ ବିଭୁଦତ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ଆଡ୍‌ ଏଟ୍ ଆକ୍ସନ ଜିଲ୍ଲା ପରାମର୍ଶଦାତା ସନ୍ଧ୍ୟାରାଣୀ ପତି ପରିଚାଳନା କରିଥିବାବେଳେ ଲାଠୋର ପୋଲିସ ବିଭାଗର ସମସ୍ତ କର୍ମଚାରୀ, ବିଭିନ୍ନ ଗ୍ରାମର ଅଙ୍ଗନୱାଡି କର୍ମୀ, ସ୍ଥାନୀୟ ଡ୍ରାଇଭର ୟୁନିଅନର୍‌ ସଦସ୍ୟ, ଓଡ଼ିଆ ବଣିକ ସଂଘର ସଦସ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.