ବଙ୍ଗୋମୁଣ୍ଡା ସରକାରୀ ବସ୍‌ଷ୍ଟାଣ୍ଡ ଓ ଡାକଘରକୁ ପରିଭ୍ରମଣ କଲେ କ୍ରିଷ୍ଣା ଲାର୍ନିଙ୍ଗ ସ୍କୁଲର ଛାତ୍ରଛାତ୍ରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ବସ୍‌ଷ୍ଟାଣ୍ଡ ଓ ଡାକଘରକୁ ଆଜି ପରିଭ୍ରମଣ କରିଛନ୍ତି କ୍ରିଷ୍ଣା ଲାର୍ନିଙ୍ଗ ସ୍କୁଲର ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟର ପରିଚାଳକ ରାଜେଶ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ବସ୍‌ଷ୍ଟାଣ୍ଡ ସୁପରଭାଇଜର୍‌ ମନୋଜ କୁମାର ସାହୁ ଏବଂ ସମସ୍ତ କର୍ମଚାରୀ, ବସ୍‌, ଅପେକ୍ଷା କକ୍ଷ, ଟିକେଟ୍‌ କାଉଣ୍ଟର ଇତ୍ୟାଦି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଡାକଘରରେ ଉପସ୍ଥିତ ଡାକ ମାଷ୍ଟର ଅଭିମନ୍ୟୁ ଛତ୍ରୀଆ ଡାକଘର ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏଥିରେ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସିନ୍ଦୁର ଓ ସୀମା ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.