ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧୀଷ୍ଠିର ମିଶ୍ର ଆଇନ୍‌ ମହାବିଦ୍ୟାଳୟ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଦ୍ୱିତୀୟ ଓ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା । ଶେଷ ବର୍ଷର ଛାତ୍ରୀ ତନୱି ଭାରତୀ ସାହୁ ସଭା ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନ, ସହକାରୀ ପ୍ରଧ୍ୟାପକ ଚଣ୍ଡୀ ପ୍ରସାଦ ଖମାରୀ, ମନିନ୍ଦର ସିଂହ ହଂସପାଲ, ସୁଶୀଲ କୁମାର ଦୀପ ଓ ପ୍ରଧ୍ୟାପିକା ଅନିମା ମିଶ୍ର ମହାବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହେଉ ବୋଲି ମତ ବ୍ୟକ୍ତ କରିଥିଲେ । ଠିକ୍‌ ସେହିଭଳି ଦ୍ୱିତୀୟ ବର୍ଷ ଓ ଶେଷ ବର୍ଷ ଛାତ୍ରଛାତ୍ରୀମାନେ ମଧ୍ୟ ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ଭବିଷ୍ୟତ ଉଜ୍ୱଳମୟ ହେଉ ବୋଲି କାମନା କରିଥିଲେ । ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସଭାରେ ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ କୃଷ୍ଣଚନ୍ଦ୍ର ପଟେଲ, କଲ୍ୟାଣୀ ବାଗ, ରାମ ପ୍ରସାଦ ନନ୍ଦ, ବାସୁମତୀ କଅଁର, ଶଙ୍କର୍ଷଣ ଦାଶ, ଜ୍ୟୋତି ପାଣିଗ୍ରାହୀ, କୁମୁଦିନୀ ସୁନାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.