ଶିକ୍ଷାରେ କୃତ୍ରିମ ବୁଦ୍ଧିମତା ଏକ ଆହ୍ୱାନ : ପ୍ରଫେସର ଦୟାନନ୍ଦ ସଂସନ୍ୱାଲ୍

  • ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଜାତୀୟ ସଂପାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ପ୍ରୋ. ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପ୍ରାୟୋଜିତ ‘ଶିକ୍ଷାରେ କୃତ୍ରିମ ବୁଦ୍ଧିମତା’ ଶୀର୍ଷକ ଉପରେ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଅଛି । ପ୍ରଥମେ ପ୍ରୋ. ପଣ୍ଡା ସମସ୍ତଙ୍କୁ ସ୍ୱାଗତ ଜଣାଇ କୃତ୍ରିମ ବୁଦ୍ଧିମତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ । ସଂଯୋଜକ ଡଃ. ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ ସଂଯୋଜକ ଡଃ. ଭେଙ୍କଟେଶ୍ୱର ମେହେର ସେମିନାରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଘଉଋଜଞର ପୂର୍ବତନ ନିର୍ଦ୍ଦେଶକ ପ୍ରୋ. ହୃଷିକେଶ ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କୃତ୍ରିମ ବୁଦ୍ଧିମତାକୁ ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସଂଯୋଗ କରି ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବରେ ଦେବୀ ଅହଲ୍ୟା ବିଶ୍ଵ ବିଦ୍ୟାଳୟ ଶିକ୍ଷା ବିଭାଗର ପୂର୍ବତନ ମୁଖ୍ୟ ପ୍ରୋ. ଦୟାନନ୍ଦ ସଂସନ୍ୱାଲ୍ ଯୋଗ ଦେଇ ଶିକ୍ଷାରେ କୃତ୍ରିମ ବୁଦ୍ଧିମତାର ସୃଷ୍ଟି, ବିକାଶ, ପ୍ରୟୋଗ ଇତ୍ୟାଦି ଉପରେ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ । ସେ କୃତ୍ରିମ ବୁଦ୍ଧିମତା କିପରି ମାନବୀୟ ସୃଜନୀ ଶକ୍ତିକୁ ବିକଶିତ କରିବାରେ ବାଧା ସୃଷ୍ଟି କରୁଛି ତାହା ଆଲୋକପାତ କରି ଭବିଷ୍ୟତରେ ଏହା ଆମ ପାଇଁ ଏକ ଆହ୍ୱନ ବୋଲି ଯୁକ୍ତି ଦେଇଥିଲେ । ପରିଶେଷରେ ଓଛଇଉର କୋଡିନେଟର ପ୍ରୋ. ନବକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୋ. ମନୋଜ ସାକ୍ସେନା, ପ୍ରୋ. ରମାକାନ୍ତ ମହାଳିକ, ପ୍ରୋ. ରାଜଶ୍ରୀ ବରାଳ, ଡଃ. ସୁଜାତା ଆଚାର୍ଯ୍ୟ, ପ୍ରୋ. ବାଞ୍ଛାନିଧି ପଣ୍ଡାଙ୍କ ସମେତ ଅନନ୍ୟ ଅଥିତି ଏବଂ ମହାବିଦ୍ୟାଳୟର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପ୍ରାଧ୍ୟାପକ ଡଃ. ବିରଞ୍ଚି ସାହୁ, ଖଗେଶ୍ୱର ଦାସ, ତାରା ପ୍ରସାଦ ଶତପଥୀ, ପ୍ରମୋଦ ପାଣିଗ୍ରାହୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ଅତିଥି ବୃନ୍ଦ, ସମାଜସେବୀ ଓ ଦେଶର ବିଭିନ୍ନ କୋଣରୁ ଆସିଥିବା ଶ୍ରୋତାବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.