ସସ୍‌ପେନ୍ସରେ ସମ୍ବଲପୁରୀ ଗାୟିକା ରୁକସାନାଙ୍କ ମୃତ୍ୟୁ

କଳାହାଣ୍ଡି (ଶୁଭେନ୍ଦୁ କୁମାର ପଣ୍ଡା) : ଜଣାଶୂଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକସାନା ବାନୋଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତ୍ରିରେ ଦେହାନ୍ତ ହୋଇଛି । ରୁକସାନାଙ୍କ ଦେହାନ୍ତ ଖବର ଜାଣିବାପରେ କଳାହାଣ୍ଡିରେ ଶୋକର ଛାୟା ଖେଳିଯାଇଛି । ରୁକସାନା ଅଳ୍ପ ବୟସରେ ଲକ୍ଷ ଲକ୍ଷ ଦର୍ଶକ ଦର୍ଶିକା ଶ୍ରୋତା କଳାପ୍ରେମୀମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଏଭଳି ସମୟରେ ରୁକସାନାଙ୍କ ମାଁ ଜଣେ ଜଣାଶୁଣା ଗାୟକଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ବଲାଙ୍ଗିରକୁ ସୁଟିଂ କରିବାପାଇଁ ଯାଇଥିବା ସମୟରେ ରୁକସାନାଙ୍କୁ ଜୁସରେ ବିଷ ଦେଇ ହତ୍ୟା କରିବାପାଇଁ ଶଡଯନ୍ତ୍ର କରାଯାଇ ଥିବା ତାଙ୍କ ମାଁ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ବଲାଙ୍ଗିର ସୁଟିଂ କରିବା ସମୟରେ ରୁକସାନା ଅସୁସ୍ଥ ହୋଇଥିଲେ । ପ୍ରଥମେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରବର୍ତ୍ତୀ ସମୟରେ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବୁଧବାର ରାତ୍ରିରେ ଦେହାନ୍ତ ହୋଇଛି । ସ୍କ୍ରବ ଟାଇଫସ ଯୋଗୁଁ ରୁକସାନାଙ୍କ ମୃତ୍ୟୁ ଘଟିଥିବା ମେଡିଲାଲ ପକ୍ଷରୁ ଜଣାପଡିଛି । ଏ କଥାକୁ ପରିବାର ଲୋକେ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଅପର ପକ୍ଷେ ଅଳ୍ପ ବୟସରେ ନିଜ ପରିଚୟ ସୃଷ୍ଟି କରିପାରିଥିବା ଜଣେ ସମ୍ବଲପୁରୀ ଗାୟିକା ଓ ଅଭିନେତ୍ରୀଙ୍କୁ ହରାଇ ତାଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଦର୍ଶକ ଦର୍ଶିକା ରୁକସାନାଙ୍କ ପାଇଁ ଶୋକ ବ୍ୟକ୍ତ କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.