ସୁନାମଧନ୍ୟ କୀର୍ତ୍ତନ ଗାୟକ ଇନ୍ଦ୍ରମଣୀ ପଧାନଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ଗାଁର ସୁନାମଧନ୍ୟ କୀର୍ତ୍ତନ ଗାୟକ ଗୁରୁଶ୍ରୀ ଇନ୍ଦ୍ରମଣୀ ପଧାନଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ପଡ଼ିଆବାହାଲ ସ୍ଥିତ ବାସଭବନରେ ସୋମବାର ଦିନ ତାଙ୍କ ପ୍ରାଣବାୟୁ ଚାଲିଯାଇଥିବା ଜଣାପଡିଛି । ସେ କିଛି ସମୟ ହେଲା କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ମୃତ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ ଭଜନ କୀର୍ତ୍ତନ ସହ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା । ବଡପୁଅ ଯଶୋବନ୍ତ ପଧାନ ମୁଖାଗ୍ନି ଦେଇଥିଲେ । । ସ୍ୱର୍ଗତ ପଧାନ ଦୀର୍ଘ ବର୍ଷ ଧରି ଅଞ୍ଚଳର କୋଣ ଅନୁକୋଣରେ ସଂକୀର୍ତ୍ତନ ଗାୟକ ଭାବରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ, ଜନପ୍ରତିନିଧି ମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.