oom

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ୪, ୪୮୪ଟି ମାମଲାର ଫଇସଲା

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ମାନଙ୍କରେ ଶନିବାର ୨୦୨୪ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅନୁପ ରଞ୍ଜନ ପଟ୍ଟନାୟକ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶୁଭ ଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୧ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧, ୭୫, ୨୫, ୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୬ ଟି ଦେୱାନୀ ମକଦ୍ଦମା ଫଇସଲା କରାଯାଇଥିଲା । ବିଚାରଯୋଗ୍ୟ ୩୪୪ଟି ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇଥିଲା । ଏନ.ଆଇ.ଏକ୍ଟ କେସେସ (ଦଫା ୧୩୮) ୮ ଟି ଫଇସଲା କରାଯାଇ ୨୨, ୯୧, ୭୩୫ ଟଙ୍କା ଆଦାୟ କରାଯାଇଥିଲା । ୭ ଟି ବିବାହ ଜନିତ ମକଦ୍ଦମା ଫଇସଲା କରାଯାଇଥିଲା । ୪,୪୭୮ ଟି ରାଜସ୍ୱ ମକଦ୍ଦମା ଫଇସଲା କରାଯାଇ ୨, ୯୦, ୨୯୬ ଟଙ୍କା ଆଦାୟ କରାଯାଇଥିଲା ଓ ୩୫୧ ଟି ପ୍ରାକ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୪୮, ୪୯,୪୨୧ ଟଙ୍କା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ ରାଜଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ ପୋକଶୋ ସ୍ମୃତି ଲେଖା ବାରିକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରାଜୀବ ଲୋଚନ ସାହୁ, ସିନିୟର ସିଭିଲ ଜଜ ସମାପିକା ମହାନ୍ତି, ସିନିୟର ସିଭିଲ ଜଜ ସୂଦୀପ୍ତା ଦେହୁରୀ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ ରଶ୍ମିରେଖା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପି. ସୀତା ଲକ୍ଷ୍ମୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁମିତ୍ରା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ ଯଦୁମଣି ମିଶ୍ର, ରେଜିଷ୍ଟାର ଶ୍ରୀଦୀପ ମିଶ୍ର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.