csstore

ବିଜେପି ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇଙ୍କୁ ଆକ୍ରମଣ : ଘଣ୍ଟ ଘଉଡ଼ାଇବାକୁ ବିଜେଡ଼ି ନେତାଙ୍କ ପ୍ରୟାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ପଦ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇଙ୍କ ଉପରେ ବିଜେଡ଼ି କର୍ମୀଙ୍କ ଆକ୍ରମଣ । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ସହ ଆଲୋଚନା କରି ଫେରିବା ବେଳେ କାର୍ଯ୍ୟାଳୟ ସମ୍ବୁଖରେ ଆକ୍ରମଣ କରିଥିଲେ । ପାଇକମାଲ ପୋଲିସ ଖବର ପାଇ ସୁରକ୍ଷାରେ ଗୋବର୍ଦ୍ଧନ ଭୋଇ ଆସିଥିଲେ । ଥାନାକୁ ଆସି ଏ.ଏସ୍‌. ଆଇ. ଶ୍ରୀ ଖୁଆସଙ୍କ ଠାରେ ଏତଲା ଦେଇଥିଲେ । ବିଜେଡ଼ି କର୍ମୀଙ୍କ ଗୁଣ୍ଡା ଗର୍ଦି ଏ ଅଞ୍ଚଳରେ ଲାଗି ରହିଥିବା ବେଳେ ଏବେ ଜଣେ ବିଜେପି ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇଙ୍କ ଉପରେ ଆକ୍ରମଣ ହେବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଏ ପାଖେ ନିଜ ଦୋଷକୁ ଘଣ୍ଟ ଘୋଡାଇବାକୁ ଯାଇ ଥାନାରେ ବିଜେଡ଼ି ଗୋଷ୍ଠୀ ଏତଲା ଦେଇଛି । ବିଜେପିର ନେତା ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇ, ବିଜେପି ଜିଲ୍ଲା ଉପସଭାପତି ସରୋଜ ସାମଲ, ବିନୋଦ ବିଜେପି ନେତା ବିନୋଦ ବଗ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ସଭାପତି ଗୋବିନ୍ଦ ବରିହା ପ୍ରମୁଖ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏହି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶୁଶାନ୍ତ ପ୍ରଧାନ କହିଛନ୍ତି ।

jayashree
Leave A Reply

Your email address will not be published.