csstore

ଖଇରା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭବାନୀଶଙ୍କର ରଣାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ନୂଆଁଖାଇ ଭେଟ୍‌ଘାଟ୍‌ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଆଦିବାସୀ ସଭା ନେତ୍ରୀ ନିରୂପମା ମାଝୀ ମଞ୍ଚାସୀନ ଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ଃ. ନାରାୟଣ ମିଶ୍ର, ସମ୍ମାନୀୟ ଅତିଥି ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀ, କଳାକାର ସୁଧାକର ସାହୁ, ଗହଟିଆ ସୀମାଞ୍ଚଳ ଭୋଇ, ଗୀତିକାର ରାସବିହାରି ଘିଭେଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭାଇଚାରା ପର୍ବ ବୋଲି ଅତିଥିମାନେ ମତ ରଖିଥିଲେ । ଚମ୍ପେଶ୍ୱର ବେହେରା ମଞ୍ଚ ପରିଚାଳନା କରିଥିଲେ । ପରେ ମହିଳା ମାନଙ୍କୁ ନେଇ ହୁଲହୁଲି ପ୍ରତିଯୋଗିତା, ଡାନ୍ସ ପ୍ରତିଯୋଗିତା, ଗୀତ ପ୍ରତିଯୋଗିତାରେ ପ୍ରଥମ, ଦ୍ଵତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୩ ଜଣଙ୍କୁ ପୁରସ୍କୃତ କରିଥିଲେ । ଅବସର ଶିକ୍ଷକ ଡ଼ଃ. ନାରାୟଣ ମିଶ୍ରଙ୍କୁ ଗଣେଶ ପୂଜା କମିଟି ତରଫରୁ ରୋପ୍ୟରେ ତିଆରି ବିନାୟକ ମୂର୍ତ୍ତି ପ୍ରଦାନ କରିଥିଲେ । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ରଶ୍ମିରଞ୍ଜନ ସାହୁ, ଓମ ପ୍ରକାଶ ରଣା, ଚନ୍ଦ୍ରଧ୍ଵଜ ଭୋଇ, ସୁରେନ୍ଦ୍ର ବାଗ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.