ମାଁ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନୂଆଁଖାଇ କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ ପରମ୍ପରା । ସବୁଠି ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ, ଏଠାରେ ପ୍ରତିପଦା ଠାରୁ ଆରମ୍ଭ କରି ଦାଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଁଖାଇ । ତେବେ ଆଜି ସମଗ୍ର ଗଡ଼ଜାତ ଅଞ୍ଚଳରେ ପାଳିତ ହେଉଛି ନୂଆଁଖାଇ । ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ନିକଟରେ ସକାଳ ୮.୪୦ ମିନିଟରେ ନବାନ୍ନ ଲାଗି ହୋଇଛି । ଦିନ ୯ ଘଟିକା ଠାରୁ ମା’ଙ୍କ ମନ୍ଦିର ଦ୍ଵାରା ଖୋଲା ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା’ଙ୍କ ଠାରେ ଲାଗି ହୋଇଥିବା ନୂଆଁ ଚୂଡା, ଧାନ, ଗୁଡକୁ ନେଇ ଘରେ ନିଜ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା ପରେ ସକାଳ ୧୦ ଘଣ୍ଟା ୩ ମିନିଟରୁ ୧୨ ଘଣ୍ଟା ୩୬ ମିନିଟ ମଧ୍ୟରେ ନୂଆଁ ଖାଇଛନ୍ତି ଭବାନୀପାଟଣା ସହରବାସୀ ଏବଂ ଗଡ଼ଜାତ ଅଞ୍ଚଳର ଜୟପାଟଣା, ଥୁଆମୂଳ ରାମପୁର, ମଦନପୁର ରାମପୁର, କର୍ଲାପାଟ, ଲାଞ୍ଜିଗଡ଼ ଅଞ୍ଚଳବାସୀ । ନୂଆଁଖାଇ ପାଇଁ ଉତ୍ସବ ମୁଖର ହୋଇଛି ଗଡ଼ଜାତ ଅଞ୍ଚଳ । ଘରେ ଘରେ ପିଠାପଣାରେ ମହକି ଉଠୁଚି ଗାଁ ଠୁ ସହର ।

Leave A Reply

Your email address will not be published.