oom

ଇନର ହ୍ଵିଲ କ୍ଲବ ଅଫ୍‌ ବରଗଡ଼ ଦ୍ୱାରା ଗର୍ଭାଶୟ କ୍ୟାନ୍ସର ସୁରକ୍ଷା ପାଇଁ ୧୨ ଜଣଙ୍କୁ ମାଗଣା ଏଚ୍‌ପିଭି ଭେକ୍‌ସିନ୍‌ ପ୍ରଦାନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଗର୍ଭାଶୟ କର୍କଟ ସାରା ବିଶ୍ୱ ପାଇଁ ଏକ ଗୁରୁତର ସମସ୍ୟା ପାଲଟିଛି । ପ୍ରତି ୭ ମିନିଟରେ ଜଣେ ମହିଳା ଏହି ରୋଗର ଶିକାର ହେଉଛନ୍ତି । ଏହି କର୍କଟ ମହିଳାଙ୍କ ଗର୍ଭାଶୟରେ ଦେଖାଯାଏ । ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହା ସାଂଘାତିକ ହୋଇପାରେ । କିନ୍ତୁ ଏହି ରୋଗରୁ ରକ୍ଷା ପାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇପାରେ । ଏହି ରୋଗରୁ ରକ୍ଷା ପାଇବା ପାଇଁ ନିୟମିତ ଯାଞ୍ଚ, ସଚେତନତା ଏବଂ ଠିକ୍ ପଦକ୍ଷେପ ନେବା ହେଉଛି ସବୁଠାରୁ ବଡ ଉପାୟ ଏବଂ ଏଚ୍‌ପିଭି ଟୀକାକରଣ ଦ୍ୱାରା ଆମେ ଗର୍ଭାଶୟ କର୍କଟ ଠାରୁ ରକ୍ଷା ପାଇଁ ପାରିବା ବୋଲି ଇନର ହ୍ଵିଲ କ୍ଲବ ଅଫ୍‌ ବରଗଡ଼ ପକ୍ଷରୁ ଅନୁଷ୍ଠିତ ମାଗଣା ଏଚ୍‌ପିଭି ଭେକ୍‌ସିନ୍‌ ପ୍ରଦାନ ର୍କ୍ୟାକ୍ରମରେ କ୍ଲବର ପୂର୍ବ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ମମତା ପୁରୋହିତ ପ୍ରକାଶ କରିଥିଲେ । କ୍ଲବ ଦ୍ୱାରା ବିଗତ ୩ ସେପ୍ଟେମ୍ବରରେ ଅନୁଷ୍ଠିତ ସର୍ବାଇକଲ କ୍ୟାନ୍ସର ସଚେତନତା ଶୋଭାଯାତ୍ରା ସମୟରେ ଶ୍ରୀମତୀ ପୁରୋହିତ ଏହି ଭେକ୍‌ସିନ୍‌ ମାଗଣା ଦେବା ପାଇଁ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ବରଗଡ଼ ପୁରୋହିତ ଜେନେରାଲ ହସ୍ପିଟାଲ ଠାରେ ଗୁରୁବାର ଦିନ ଇନର ହ୍ଵିଲ କ୍ଲବ ଅଫ୍‌ ବରଗଡ଼ ପିଡିସି ମମତା ପୁରୋହିତଙ୍କ ନେତୃତ୍ୱ ଏବଂ ଡାକ୍ତର ରାମକୃଷ୍ଣ ପୁରୋହିତଙ୍କ ତତ୍ୱାବଧାନରେ ୯ରୁ ୧୪ ବୟସର ୭ ଜଣ ବାଳିକା, ୧୫ରୁ ୧୬ ବୟସର ୪ ଜଣ ବାଳିକା ଏବଂ ଜଣେ ବାଳକକୁ ନେଇ ମୋଟ ୧୨ ଜଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏହି ଭେକ୍‌ସିନ୍‌ର ପ୍ରଥମ ଡୋଜ ପ୍ରଦାନ କରାଯାଇଥିଲା, ଏବଂ ଆଗାମୀ ଦିନରେ ଏହି ମାନଙ୍କୁ ଭେକ୍‌ସିନ୍‌ର ଦ୍ଵିତୀୟ ଏବଂ ତୃତୀୟ ଡୋଜ ମଧ୍ୟ ଇନର ହ୍ଵିଲ କ୍ଲବ ଅଫ୍‌ ବରଗଡ ପକ୍ଷରୁ ଦିଆଯିବ ବୋଲି ଶ୍ରୀମତୀ ପୁରୋହିତ ଜଣାଇ ଥିଲେ । ତା’ ସଙ୍ଗେ ସଙ୍ଗେ ସେ ସମସ୍ତ ଅଭିଭାବକ ମାନଙ୍କୁ ନିଜ ପୁଅଝିଅଙ୍କୁ ନିଶ୍ଚିତ ଭାବରେ ଏହି ଭେକ୍‌ସିନ୍‌ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଏବଂ ଦିଗଦର୍ଶନରେ ଦେବାକୁ ଅନୁରୋଧ କରିଥିଲେ । ଡା. ରାମକୃଷ୍ଣ ପୁରୋହିତ କହିଥିଲେ ଯେ, ଏହି ଭେକ୍‌ସିନ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସହଜରେ ସହ୍ୟ ହୋଇଥାଏ । ତେଣୁ ଟୀକା ବିଷୟରେ ଆପଣଙ୍କ ମନରେ କୌଣସି ପ୍ରକାର ଭୟ କିମ୍ବା ଦ୍ୱନ୍ଦ୍ୱ ସୃଷ୍ଟି କରନ୍ତୁ ନାହିଁ । ଏହି ଭେକ୍‌ସିନ୍‌ର ସମ୍ପୂର୍ଣ୍ଣ ଡୋଜ ବୟସ ଅନୁସାରେ ସମସ୍ତ ବାଳକ ଏବଂ ବାଳିକା ମାନଙ୍କୁ ଲଗାଯିବା ଉଚିତ ତଥା ଏହି ଭେକ୍‌ସିନ୍‌ ବରଗଡ଼ ପୁରୋହିତ ହସ୍ପିଟାଲ ଠାରେ ଉପଲବ୍ଧ ରହି ଥିବାବେଳେ ଇଚ୍ଛୁକ ବ୍ୟକ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ସହ ଯୋଗାଯୋଗ କରି ପାରିବେ ବୋଲି ଡା. ପୁରୋହିତ କହି ଥିଲେ । ଏହି ଅବସରରେ କ୍ଲବ ସଭାନେତ୍ରୀ ରିତୁ ସାନନ, ପ୍ରତିଭା ବାରିକ, ସାରିକା ଅଗ୍ରୱାଲ, ଅଞ୍ଜନା ଦାଶ, ମନ୍ଦାକିନୀ ପତି, ନିତୁ ଅଗ୍ରୱାଲ, ଭାଗ୍ୟସିନୀ ପାତ୍ର, ନିବେଦିତା ପୂଜାରୀ, ପ୍ରତିଭା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନ କରିଥିଲେ ।

jittmm
Leave A Reply

Your email address will not be published.