କରମତଲା ବୁଢାରାଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବଜ୍ରପାତ ପ୍ରତି ସାବଧାନ କର୍ମଶାଳା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଧୀନସ୍ଥ କରମତଲା ବୁଢାରାଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ବଜ୍ରପାତ ପ୍ରତି ସାବଧାନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଲୋକଙ୍କ ଧନ ଜୀବନହାନୀ ହୋଇଥାଏ । ବଜ୍ରପାତ ସମୟରେ ଘର ଭିତରେ ଓ ଘର ବାହାରେ ଥିବା ବେଳେ ବିଭିନ୍ନ ଉପାୟମାନ ଅବଲମ୍ବନ କରି ସମ୍ଭବତଃ ଜୀବନ ରକ୍ଷା ମିଳିପାରିବ । ଏହି କର୍ମଶାଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱିତିକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପର୍ତ୍ତି ଓ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସାଧନ କର୍ମୀ ରାମନାରାୟଣ ଦାଶ ତାଲିମଦାତା ଭାବରେ ଯୋଗଦାନ କରିଥିଲେ । ବଜ୍ରପାତ ଉପରେ ଡେମୋଷ୍ଟ୍ରେସନ୍‌ ମାଧ୍ୟମରେ ବିଭିନ୍ନ ଉପାୟମାନ ଅବଲମ୍ବନ କରି ସମ୍ଭବତଃ ଜୀବନ ରକ୍ଷା ମିଳିପାରିବ ସେ ବିଷୟରେ ଅବଗତ କରାଇଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀମାନେ ସର୍ତକ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ । ଏହି ଅବସରରେ ସାପ କାମୁଡିଲେ କ’ଣ କରିବା ଓ କ’ଣ ନ କରିବା ବିଷୟରେ ଶ୍ରୀ ଦାଶ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୨୮୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଶିକ୍ଷକ ଗଣନାଥ ବୁଡ଼େକ, ସୁନୀଲ କୁମାର ଭୋଇ, ଛନ୍ଦାଚରଣ ସେଠ, ସୁରେଶ ଚନ୍ଦ୍ର ପ୍ରଧାନ, ବିବେକାନନ୍ଦ ସୁନାନୀ, ହେମନ୍ତ କରନ, ଶିକ୍ଷୟତ୍ରୀ ଦିପାଞ୍ଜଳି ସାହୁ, ରାଧାରାଣୀ ଶତପଥି, ପ୍ରତିଭା ମନହୀରା, ରେସ୍ମା ଗଡତ୍ୟା, ଜ୍ୟୋତିର୍ମୟୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ସୁନୀଲ କୁମାର ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.