ନୀଳାଚଳ ଯୁବ ପରିଷଦର ଗଣେଶ ପୂଜା ଓ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । ପରିଷଦର ସଭାପତି ରାଜେଶ ମହାରଣା, କାର୍ଯ୍ରକାରୀ ସଭାପତି ଦେବଦତ୍ତ ସାହୁ, ସମ୍ପାଦକ ସମୀର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହେଉଥିବା ଏହି ପୂଜାରେ ପୂଜକ ଭାବେ କୈବଲ୍ୟ ନନା ଦାୟିତ୍ଵ ତୁଲାଇଥିଲେ । ଏହି ପୂଜା ୪ ଦିନ ଧରି ଚାଲିବାକୁ ଥିବା ବେଳେ ଦ୍ୱିତୀୟ ଦିନରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ ଓ ଦରିଦ୍ର ନାରାୟଣଙ୍କୁ ସେବା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିନୋଦ, କ୍ରିଷ୍ଣା, ସୋନୁ, ପ୍ରିୟାଂଶୁ, ଆଦିତ୍ୟ, ବିନିତା, ନମ୍ରତା, ନିକିତା, ପ୍ରିୟଦର୍ଶିନୀ, ଅପର୍ଣ୍ଣା, ବିଜୟଲକ୍ଷ୍ମୀ, ସନ୍ତୋଷିନୀ, ଦୀପିକା, କାଞ୍ଚନ ପ୍ରିୟଦର୍ଶିନୀ, ଜିତେନ୍ଦ୍ର, ମିଲି, ବେବି, ମୀନାକ୍ଷୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏକ ଆଧ୍ୟାତ୍ମିକ ପରିବେଶ ଓ ସମସ୍ତଙ୍କ ମଧ୍ୟରେ ସୈାହାର୍ଦ୍ଧପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ପ୍ରତ୍ୟେହ ଜନଗହଳି ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.