ଗଣପର୍ବ ପାଇଁ ନୂଆଁଖାଇ ଗହ ଗହ ଗୀତ ବିମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ମାଁ ସମଲେଇ ମନ୍ଦିର ଠାରେ ମହନୀ କ୍ରିଏସନ ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଖି ଆଗରେ ରଖି ‘ନୂଆଁଖାଇ ଗହ ଗହ’ ଏକ ଗୀତ ସାଂସ୍କୃତିକ ଗବେଷକ ନିଳାଂଚଳ ନନ୍ଦଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ସମଲେଇ ମାଁଙ୍କ ଠାରେ ପୂଜାର୍ଚ୍ଚନା ପରେ ଉଦ୍‌ଘାଟନ କରାଯାଇଥିଲା । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅଳ୍ପ କିଛି ଦିନ ମଧ୍ୟରେ ହେବାକୁ ଯାଉଛି ସେଥି ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ତେଣୁ କରି ମହନୀ କ୍ରିଏସନ ତରଫରୁ ‘ନୂଆଁଖାଇ ଗହ ଗହ’ ନାମକ ଗୀତ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଭେଟି ଦେଇଛନ୍ତି । ଏଥିରେ କଣ୍ଠ ଦେଇଛନ୍ତି ବିନୟ ସୁନା ଓ ସୁପ୍ରିୟା ଶର୍ମା, ଗୀତ, ସଂଗୀତ ଓ ନୃତ୍ୟ ବିନୟ ସୁନା, ଅଭିନୟରେ ଚନ୍ଦନା ସିଂ, ବିନୟ ସୁନା, କଳାକୃଷ୍ଣ ସାହୁ, ନବିନ ବେହେରା, ଢୋଳ ମହୁରି କଳା ପରିଷଦର ସଦସ୍ୟ ଓ ସଦସ୍ୟା ଅଛନ୍ତି । ରୂପଶର୍ଯ୍ୟାରେ ବ୍ରହ୍ମାନନ୍ଦ ବନଛୋର, କ୍ୟାମେରାରେ ମିଳନ, ପ୍ରଯୋଜନା ପରିଚାଳନା ଆକାଶ ମହାଣା, ପ୍ରୟୋଜନା ନିୟନ୍ତ୍ରକ ଅଷ୍ଟମି ନାଗ, ପ୍ରଚାର ପ୍ରସାର ଶୁଭମ, ସହ-ନିର୍ଦ୍ଦେଶନା ରାଜ କିଶୋର, ସମ୍ପାଦନା ଦାୟିତ୍ୱ ମାନସ ହରପାଲ ଥିବା ବେଳେ ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ଉଠାଇଛନ୍ତି ବିନୋଦ କୁମାର କାଲସାଏ । ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ସାଂସ୍କୃତିକ ଗବେଷକ ନିଳାଂଚଳ ନନ୍ଦ, ବିନୋଦ କାଲସାଏ, ବିନୟ ସୁନା, ଚନ୍ଦନା ସିଂ, ଅଷ୍ଟମି ନାଗ, କଳ୍ପନା ମହାନ୍ତି, ସୁଦେସ୍ନା ଭୋଇ, ଶୁଭମ୍‌, ଆକାଶ ମହାଣା, ମିଳନ, କଳାକୃଷଣ ସାହୁ, ମୁକେଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.