“ମା ପାଇଁ ଗଛଟିଏ” କୋଠଘର ପକ୍ଷରୁ ବୃକ୍ଷରୋପଣ ଏବଂ କବିତା ଆସର

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ସ୍ୱତନ୍ତ୍ର ଭାବରେ ଆଜି ଖଣ୍ଡଗିରିସ୍ଥିତ ବୀଣାପାଣି ଶିଶୁ ବିଦ୍ୟା ମନ୍ଦିର ଆଲୋଂଶା କ୍ଲାସସେ ପରିସରରେ କୋଠଘର ପ୍ରତିଷ୍ଠାତା, ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୃକ୍ଷରୋପଣ ସହିତ ଆୟୋଜିତ ହୋଇଥିଲା କବିତା ପାଠୋତ୍ସବ । ଖୁସିର ବିଷୟ ଏଥିରେ ସ୍କୁଲର କୁନି କୁନି ପିଲାମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ବୃକ୍ଷ ଉପରେ କବିତା ପାଠ କରିଥିଲେ । ସମସ୍ତ ପିଲାମାନଙ୍କୁ ଶିଶୁ କବିତା ପୁସ୍ତକ ବଣ୍ଟନ ସହିତ କୋଠଘର ତରଫରୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ସଭାପତି ପ୍ରଦୀପ୍ତ କୁମାର ସାହୁ, ମୁଖ୍ୟ ଅତିଥି, ସୁସାହିତ୍ୟିକା ଡଃ. ସୁଷମା ମିଶ୍ର, ସମ୍ମାନିତ ଅତିଥି ପରିବେଶବିତ ଭରତ ଚନ୍ଦ୍ର ଜେନା ଯୋଗଦେଇ ବୃକ୍ଷର ସୁରକ୍ଷା ଏବଂ ଉପକାରିତା ସଂପର୍କରେ ଆଲୋଚନା ରଖିଥିଲେ । ଏଥି ସହିତ କବି ଡଃ. ପ୍ରତାପ ରଞ୍ଜନ ମହାନ୍ତି, ଅରୁଣ କୁମାର ମହାନ୍ତି, ପ୍ରହରାଜ ଜୟ ନାରାୟଣ ନନ୍ଦ, ସ୍ଵାତୀ ମହାପାତ୍ର, କମଳ କୁମାରୀ ଦାଶ, ରାଜଲକ୍ଷ୍ମୀ ତ୍ରିପାଠୀ, ସୁଜାତା ସାହୁ, ଭାରତୀ ପରିଡ଼ା, ଆଶାଲତା ଦୀକ୍ଷିତ, ମୋନିକା ମହାପାତ୍ର ଇତ୍ୟାଦି କବିତା ପାଠ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ସ୍କୁଲର ଅଧ୍ୟକ୍ଷ ସୁମନ୍ତ କୁମାର ଦାସ କାର୍ଯ୍ୟକ୍ରମର ଭୂରି ଭୂରି ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.