ଜନଧନ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  • କୋଟି କୋଟି ଲୋକ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଆର୍ଥିକ ଅର୍ନ୍ତଭୁକ୍ତିକରଣରେ ସାମିଲ କରିବା ଏବଂ ସମ୍ମାନ ଦେବାରେ ଜନ ଧନ ଯୋଜନା ସର୍ବାଗ୍ରେ ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ଦଶମ ବାର୍ଷିକୀ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଯୋଜନାକୁ ସଫଳ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ, ଜନଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଲୋକ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;
‘‘ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ପାଳନ କରୁଛୁ- #10YearsOfJanDhan । ସମସ୍ତ ହିତାଧିକାରୀଙ୍କୁ ଏବଂ ଏହି ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିବା ସମସ୍ତଙ୍କୁ ଅଭିନନ୍ଦନ । ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ କୋଟି କୋଟି ଲୋକ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ଦେବାରେ ଜନଧନ ଯୋଜନା ସର୍ବାଗ୍ରେ ରହିଛି ।
‘‘ଆଜି ଦେଶ ପାଇଁ ଏକ ଐତିହାସିକ ଦିନ, #10YearsOfJanDhan । ଏହି ଅବସରରେ ମୁଁ ସମସ୍ତ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ଯୋଜନାକୁ ସଫଳ କରିବା ପାଇଁ ଦିନରାତି ପରିଶ୍ରମ କରୁଥିବା ସମସ୍ତଙ୍କୁ ଅନେକ ଅଭିନନ୍ଦନ । କୋଟି କୋଟି ଦେଶବାସୀ, ବିଶେଷ କରି ଗରିବ ଭାଇ ଭଉଣୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ସେମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ସୁଯୋଗ ଦେବାରେ ଜନଧନ ଯୋଜନା ସଫଳ ହୋଇଛି” ।

Leave A Reply

Your email address will not be published.