ମା’ସରସ୍ଵତୀ ଶିଶୁମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସଵ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ମା’ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସଵ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ କୃଷ୍ଣ ଅଷ୍ଟମୀ, ପବିତ୍ର ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅବସରରେ ରାଧାକୃଷ୍ଣ ମେଳା ଓ ମାତୃ ସମ୍ମିଳନୀ ଉକ୍ତ ବିଦ୍ୟା ମନ୍ଦିରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭଉଣୀ ଲିଜା ରାଣୀ (ବ୍ରହ୍ମକୁମାରୀ, ଛତ୍ରପୁର ) ଓ ମୁଖ୍ୟବକ୍ତା ଭାବେ ଶ୍ରୀମତୀ କମଳା ମାଆ (ଭାଗବତ ପ୍ରବଚକ,ସୁନାବେଡ଼ା) ଯୋଗଦେବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ସଭାପତି (ବିପ୍ର ଚରଣ ପାତ୍ର), ସମ୍ପାଦକ (ପ୍ରମୋଦ କୁମାର ସାହୁ) ଓ ପ୍ରଧାନ ଆଚାର୍ଯ୍ୟ (ରାଜୁ ବାରିକ) ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରତିଷ୍ଠାତା (କୈଳାସ ଚନ୍ଦ୍ର ପଣ୍ଡା) ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୁରୁଜୀ (ହରେକୃଷ୍ଣ ଦାଶ) ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିଶୁମାନଙ୍କ ଦ୍ଵାରା ରାଧାକୃଷ୍ଣ ବେଶ ଓ ନୃତ୍ୟ ପରିବେଷଣ କରାଯାଇ ସମସ୍ତ ବେଶଧାରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଶ୍ଵ ପ୍ରାର୍ଥନା ସହ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା ଓ ଶିଶୁ ସେଵିକାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସୁରୁଖୁରୁରେ ସମାପନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ସମୟରେ ଛତ୍ରପୁରର ବାଣୀଭବନ ପରିସର ଗୋକୁଳଧାମ ପରି ପ୍ରତୀୟମାନ ହୋଇଥିଲା ।

Leave A Reply

Your email address will not be published.