csstore

ସାର୍ବଜନୀନ ଦୁର୍ଗାପୂଜା ଉପହାର କୁପନ ଓ ସହାୟତା ରାଶି ବହି ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜଭାଟୀ ସ୍ଥିତ ଦୁର୍ଗା ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜା କମିଟୀର ଚଳିତ ବର୍ଷର ଉପହାର କୁପନ ଓ ସହାୟତା ରାଶି ବହି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭ ମୂହୁର୍ତ୍ତରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେଇ ବହି ଗୁଡିକ ଉନ୍ମୋଚିତ ହୋଇଥିଲା । ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ବୁଲୁ ସାହୁ, ସହ ସମ୍ପାଦକ ଅଶୋକ ମିଶ୍ର, ଉପ ସଭାପତି ଅଜିତ ଶତପଥୀ, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ କମିଟିର ସଦସ୍ୟ ଶାମଳ ଦାସ, ବାବୁଲୁ ଦୋରା, ନାରାୟଣ ପୁରୋହିତ, ସନ୍ତୋଷ ମହାନ୍ତି, ଅଚ୍ୟୁତା ସେଠ, ନବ ବରିହା, ଅନୀଲ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, ଆଶିଷ ବଂଶଲ, ଜୟରାମ ମହାପାତ୍ର, ନରସିଂହ ପଟ୍ଟନାୟକ, ଭରତ ପଣ୍ଡା ,ଦୁର୍ବାଦଳ ସାହୁ, ମହେଶ ବେହେରା , ସରୋଜ ମିଶ୍ର ଓ ବିଜୟ ବହିଦାର ପ୍ରମୁଖ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଲଟେରୀର ମୂଲ୍ୟ ସହଯୋଗ ରାଶି ୫୦ ଟଙ୍କା ଥିବା ବେଳେ ପୁରସ୍କାରରେ ବଜାଜ ପଲସର୍ ବାଇକ ଓ ଇଲେକ୍ଟ୍ରି ସ୍କୁଟି ସମେତ ଆଉ ୨୧ଟି ଅନ୍ୟାନ୍ୟ ପୁରସ୍କାର ଥିବା ଓ ଲଟେରୀ ଉଠାଣ ଦଶହରା ଦଶମୀ ଦିନ ହେବ ବୋଲି କମିଟୀର ସଭାପତି ପ୍ରତାପ ମିଶ୍ର ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.