oom

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକା ବିଭାଗର ଶିଶୁ ଭାଇଭଉଣୀମାନେ ରାଧା, କୃଷ୍ଣ ବେଶରେ ସଜ୍ଜିତ ହୋଇ ଆସିଥିଲେ । ପ୍ରଥମେ ରାଧାକୃଷ୍ଣଙ୍କ ପୂଜା କରାଯାଇଥିଲା ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ । ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା, ସଭାପତି ପୃଥିରାଜ ସାହୁ, ସମ୍ପାଦକ ଜନକଲାଲ ମେହେର, ବିଦ୍ୱତ ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ପୂଜାରେ କର୍ତ୍ତା ହୋଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀକୃଷ୍ଣଙ୍କ ପୂଜା ପରେ ବେଶଧାରୀ ଶିଶୁ ମାନଙ୍କ ପୂଜନ କରାଯାଇଥିଲା । ଶ୍ରୀକୃଷ୍ଣଙ୍କ ଭଜନ ଓ ଧୂନର ତାଳେ ତାଳେ ଦୋଳି ଝୁଳଣ କରି ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ବଣ୍ଟାଯାଇଥିଲା । ଏଥିରେ ମାତୃଭାରତୀର ସଦସ୍ୟମାନେ ସହଯୋଗ କରିଥିବା ବେଳେ ୧୬୦ ଜଣ ବେଶଧାରୀ ଶିଶୁ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଓ ଶତାଧିକ ଅଭିଭାବକ, ଅଭିଭାବିକା ଯୋଗଦାନ କରିଥିଲେ । କଲ୍ୟାଣୀ ମିଶ୍ର ଉକ୍ତ କାର୍ଯ୍ୟ କ୍ରମରେ ସଂଯୋଜନା କରିଥିଲେ । ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jittmm
Leave A Reply

Your email address will not be published.