ଯେଉଁମାନେ ମହିଳାଙ୍କ ବିରୋଧରେ ଅପରାଧ କରନ୍ତି, ସେମାନଙ୍କୁ ଛକ ନିକଟରେ ଫାଶୀ ଦିଆଯିବା ଆବଶ୍ୟକ : କଙ୍ଗନା ରାଣା‌ୱତ

ମୁ‌ମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବନ୍ଧନହୀନ ବକ୍ତବ୍ୟ ପାଇଁ ପ୍ରସିଦ୍ଧ । ସେ ପ୍ରାୟତ ସାମାଜିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି । ଏଥର କଙ୍ଗନା ରାଣାୱତ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି । ଭୋପାଳରେ ମହିଳାଙ୍କ ଅତ୍ୟାଚାର ସମ୍ପର୍କରେ ଅଭିନେତ୍ରୀ ଏକ ବିବୃତ୍ତି ଦେଇଛନ୍ତି ।

ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ସମାଧାନ ଉପରେ କଙ୍ଗନା ରାନାୱତ କହିଛନ୍ତି ଯେ, ସାଉଦି ଆରବ ଭଳି ଦେଶରେ ଯେଉଁମାନେ ମହିଳାଙ୍କ ବିରୋଧରେ ଅପରାଧ କରନ୍ତି, ସେମାନଙ୍କୁ ଛକ ନିକଟରେ ଫାଶୀ ଦିଆଯାଉଛି । ଆମକୁ ମଧ୍ୟ ଏହିପରି ଉଦାହରଣ ସେଟ୍ କରିବା ଆବଶ୍ୟକ ।

କଙ୍ଗନା ରାଣାୱତ ଏହି ଆଇନ ଉପରେ କହିଛନ୍ତି ଯେ ପୁରାତନ ଆଇନ ବ୍ୟବସ୍ଥା ମାଧ୍ୟମରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉତ୍ସାହିତ ହେବ । ଏହି ଆଇନ ବ୍ୟବସ୍ଥାରେ ମାମଲାଗୁଡ଼ିକ ଫାଇଲରେ ଚାଲିଥାଏ ଏବଂ ଏହା ଅନେକ ବର୍ଷ ଲାଗିଥାଏ । ପୋଲିସ ଏବଂ ଆଇନ ପୀଡିତାଙ୍କୁ ଶୋଷଣ କରୁଛ‌ନ୍ତି ।

କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ଶୁକ୍ରବାର ଅପରାହ୍ନରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ସେୟାର କରିଥିବାରୁ ଦୁଇ ଭଉଣୀଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଥିଲା । କୋର୍ଟକୁ ଯିବା ପୂର୍ବରୁ କଙ୍ଗନା ରାଣାୱତ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ, ତାଙ୍କ ଉପରେ ଅନେକ ମାମଲା ଅନାବଶ୍ୟକ ଭାବେ କରାଯାଇଛି ।

Leave A Reply

Your email address will not be published.