ନୟାଗଡ଼ ୪ଟି ଜେଲରେ ଚଢ଼ାଉ

ନୟାଗଡ଼ : ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ୪ ଗୋଟି ଜେଲ ଉପରେ ଚଢ଼ାଉ କରାଯାଇଛି । ଜିଲ୍ଲାରେ ଥିବା ନୟାଗଡ଼ ଉପକାରାଗାର, ଖଣ୍ଡପଡ଼ା ଉପକାରାଗାର, ଦଶପଲ୍ଲା ଉପକାରାଗାର ଓ ରଣପୁର ଉପକାରାଗାରରେ ଏହି ଚଢ଼ାଉ କରାଯାଇଛି । ଜେଲ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ ହେଇଆସୁଥିଲା । ରବିବାର ଭୋର ୪ଟା ସମୟରେ ନୟାଗଡ଼ ଏସପି ରାହୁଲ ଜୈନଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା । ନୟାଗଡ଼ ଉପକାରାଗାରରେ ନିଜେ ଏସପି ରହିଥିବାବେଳେ ଅନ୍ୟ ସ୍ଥାନଗୁଡ଼ିକରେ ୨ ଜଣ ଅତିରିକ୍ତ ଏସପି, ଏସଡିପିଓ, ଥାନା ଅଧିକାରୀ ଓ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । ସେହିପରି ୪ଟି ସ୍ଥାନରେ ତହସିଲଦାରମାନେ ଚଢ଼ାଉରେ ସାମିଲ ହୋଇଥିଲେ । ଜେଲରୁ ଖଇନି, ବିଡ଼ି, ଲାଇଟର ଓ ବିଭିନ୍ନ ନିଶା ସାମଗ୍ରୀ ବାହାରିବା ସହିତ ୨୦ ହଜାରରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.