ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ (କରଣ) ସମାଜର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ (କରଣ) ସମାଜ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ବରକାନୀ ରାସ୍ତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ କରଣ ସମାଜର ସମସ୍ତ କର୍ମକର୍ତ୍ତା ତଥା ମହିଳା ଶାଖାର ସମସ୍ତ ସଦସ୍ୟାମାନେ ଯୋଗ ଦେଇଥିଲେ ଏବଂ ଖୁଜେନପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ରଂଜିତା ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ଶତାଧିକ ନିମ୍ବ, ବାହାଡା, ଜାମ, ଆମ୍ବ, ହରିଡା, ଅଁଳା ଏବଂ ପିପ୍ପଲ ଚାରାରୋପଣ କରାଯାଇଥିଲା ।

Leave A Reply

Your email address will not be published.