csstore

ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ତୁଳସୀରାମ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗଜବନ୍ଧ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ଭାବେ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷାଦାନର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ମାସିକ ପାଠ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନପତ୍ର ଅଭ୍ୟାସ ଉପରେ ଆଲୋଚନା କରିଥିବା ବେଳେ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି ଶିକ୍ଷଣ କୋଣର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ସୁଲେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗ ସ୍ଥାନୀୟ ବିଦ୍ୟାଳୟର ବିଭିନ୍ନ ଅଭିନବ କାର୍ଯ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ଶ୍ରେଣୀ ପର୍ଯ୍ୟବେକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭିରାମ ପରାଭୂଏ ବିଦ୍ୟାଳୟର ଟ୍ରାକର ପୂରଣ କରିବା ପଦ୍ଧତି ଉପରେ ଆଲୋଚନା କରିଥିବା ବେଳେ କାଇସ କନ୍ଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶି ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରିଥିଲେ । ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୁଶ ପୁଟେଲ ଶୈକ୍ଷିକ କ୍ୟାଲେଣ୍ଡର ଉପରେ ଆଲୋଚନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ମାନସୀ ନାଗ ବିଲଡିଂ ବ୍ଲକ ଆପ୍‌ର ବ୍ୟବହାର ଉପରେ ଆଲୋଚନା କରିଥିଲେ । ପୁରାତନ ଛାତ୍ର ରୋହିତ ପଧାନ ଏବଂ ସ୍ଥାନୀୟ ବିଦ୍ୟାଳୟର ପାଚକ, ପାଚିକା ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଶମ୍ଭୁପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.