କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ କୁଶଙ୍ଗ ଗଙ୍ଗାଧର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥିରେ ଡଃ. ଅଜିତ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ଶୃଙ୍ଖଳିତ ଜୀବନଯାପନ ପାଇଁ ପ୍ରେରଣା ଦେଇଥିଲେ । ଡଃ. ଲକ୍ଷ୍ମଣ ମେହେର ଗଙ୍ଗାଧର ସାହିତ୍ୟର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ନିଷ୍ଠାପର ହେବା ପାଇଁ ପରାମର୍ଶ ଦେଇଥିଲେ । ତୃତୀୟ ବର୍ଷ ଛାତ୍ର ଇଶ୍ୱର ମଲ୍ଲିକ ଏବଂ ଛାତ୍ରୀ ବର୍ଷାରାଣୀ ମେହେର ତାଙ୍କ ବକ୍ତବ୍ୟରେ ପିଲାଙ୍କୁ ପରସ୍ପର ଭିତରେ ଉତ୍ତମ ମଣାବୁଝା ସହ କଲେଜ ନୀତି ନିୟମକୁ ପାଳନ କରି ଚଳିବାକୁ କହିଥିଲେ । ପ୍ରଥମ ବର୍ଷର ପ୍ରତ୍ୟେକ ଛାତ୍ର ନିଜ ନିଜ ପରିଚୟ ପ୍ରଦାନ ସହ ସୂକ୍ଷ୍ମ ଆଗ୍ରହ ରଖୁଥିବା କଥା କହି ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ । ଛାତ୍ରୀ ସୁପ୍ରିୟା ନାଏକ ଏବଂ ପୂର୍ଣ୍ଣିମା ନାଏକ ସୁନ୍ଦର ଗୀତ ପରିବେଷଣ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ ।

Leave A Reply

Your email address will not be published.