ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ବିଷ୍ଣୁମୁଣ୍ଡା ସ୍ଥିତ ଅନ୍ନପୂର୍ଣ୍ଣା ନଗରରେ ବୃକ୍ଷରୋପଣ କରାଯାଇଥିଲା । ଶ୍ରୀହରିନାମ ପ୍ରଚାର ସମିତିର ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ଉପ-ସଭାପତି ସୀତାଂଶୁ ଶେଖର ନାୟକ, ସରିତା ସାହୁ, କବିତା ସାହୁ, ବାସ୍ନାରାଣୀ ନାୟକ, ମନୀଷ ସାହୁ, ମୋନାଲିସା ସାହୁ, ଜିଜ୍ଞାରାଣୀ ସାହୁ, ଦୁର୍ଯ୍ୟୋଧନ ନାୟକ, ସାଧୁରାମ ସାହୁ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.