ମାୟାବର୍ହା ହାଇସ୍କୁଲରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ, ମାୟାବର୍ହାରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ଆଜି ଶୁକ୍ରବାର ଜାତୀୟ ମହାକାଶ ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ କ୍ଲଷ୍ଟର ସଂଯୋଜକ ଶ୍ରୀରାମ ସିକନ୍ଦର ଯୋଗଦେଇ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ଯୋଗଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ ଯୋଗଦାନ କରି ଚନ୍ଦ୍ରୟାନ ପ୍ରେରଣ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ବକ୍ତା ଭାବରେ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତପସ୍ଵିନୀ ଦାସ ଯୋଗଦାନ କରି ମିଶନ ୨୦୩୭ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ କିରଣ କୁମାର ପଟେଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ମୁକ୍ତ କୁଇଜ୍‌ର ବିଜେତା ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦିବସର ପୂର୍ବାହ୍ନରେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ଚନ୍ଦ୍ରଜାନ-୩ର ଏକ ସୁନ୍ଦର ପ୍ରତିକୃତି ତିଆରି କରି ପ୍ରଦର୍ଶନ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଛାତ୍ରୀ ଅର୍ଚ୍ଚିତା ପ୍ରଧାନ, ଜନନିକା ନାଏକ, କ୍ରିଶ ବାଗ, ସୁଜିତ୍ ସାହୁ, ସଂଜିତ ମାଝୀ, ଝରଣା, ପୂଜା, ଅର୍ଚ୍ଚନା, ଅନୁପମା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ପୂଜା, ପ୍ରୀତି, ରେଖା, ଶୁଭଶ୍ରୀ ପ୍ରମୁଖ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ, ବିଭୀଷଣ, ମିନିକେତନ୍, ସୁରଜ, ସମୀର, ଲିପି ସହଯୋଗ କରିଥିଲେ ।

Leave A Reply

Your email address will not be published.