csstore

ଅଖିଳ ଭାରତୀୟ କ୍ଷେତ୍ରୀୟ ଗୋଣ୍ଡ ସମାଜ ନୂଆଁଖାଇ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ବୁଢ଼ା ଦେଓ ମଣ୍ଡପ ଠାରେ ନୂଆଁଖାଇ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜର ବରିଷ୍ଠ ବ୍ୟକ୍ତି ରିଘୁନନ୍ଦନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଇକମାଳ, ଝାରବନ୍ଧ, ପଦ୍ମପୁର ବ୍ଲକ ଅଞ୍ଚଳର ସମସ୍ତ ସର୍କଲର ସଭାପତି ସମେତ କର୍ମକର୍ତ୍ତା ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ବୈଠକରେ ସାମାଜିକ ବ୍ୟବସ୍ଥା ଉପରେ ଆଲୋଚନା ହେବା ସହ ନୂଆଁଖାଇ ପରବ ଉପରେ ପ୍ରସ୍ତୁତି ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହାପରେ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରେ “ନୂଆଁଖାଇ” ଭେଟଘାଟ କରାଯିବାକୁ ମତ ପ୍ରକାଶ ପାଇ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା । ଉକ୍ତ ବୈଠକରେ ସମାଜ ବରିଷ୍ଠ କର୍ମକର୍ତ୍ତା ଭାଗବତୀଆ ସିଂ ଦାଉ, ଚୈତୁ ସିଂ ଦେଓ, ସୁବ୍ରତ ଦିୱାନ, ଅମୃତ ବାଗ, ରୁକ୍ମଣ ଧରୁଆ, ଖିତରାଜ ଗଏଁତା, ସତାର ମାଝୀ, ଚିତ୍ତରଂଜନ ପୋର୍ରେ, ସୁଶିଲ ମରେଇ, ଜଗଦେବ ଧରୁଆ, ସହଦେବ ଧରୁଆ, ବସନ୍ତ ଧରୁଆ, ଗଜରଜ ସିଂ ପୁଟା, ସୋଭାରାମ ଧରୁଆ, ସୁକଲାଲ ଦାଉ, ଆନନ୍ଦ ଧରୁଆ, ରାତିରମ ସିଦାର, କୃଷ୍ଣ ଧରୁଆ, ସନାତନ ଧରୁଆ, ଦୟାନନ୍ଦ ମାଝୀ, କୌଶଲ୍ୟା ଧରୁଆ, ସତମତି ପୁଟା, ସୂର୍ୟ୍ୟ ଧରୁଆ, କୁନ୍ତଳା ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ସମାଜର ଦୁର୍ୟୋଧନ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.