‘ଫାର୍ମ ବି’ ଉତ୍ପାଦର ବଜାର ପ୍ରବେଶ

  • ଭବାନୀପାଟଣାରୁ ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାର ଜୟଯାତ୍ରା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ଼ ଆନୁକୂଲ୍ୟରେ ପରିଚାଳିତ ‘ଫାର୍ମ ବି’ ବ୍ରାଣ୍ଡର ପଶ୍ଚିମ ଓଡିଶା ବଜାର ପ୍ରବେଶ ସହ ଶୁକ୍ରବାର ଭବାନୀପାଟଣାରୁ ଏହାର ଜୟଯାତ୍ରା ଆରମ୍ଭ ହୋଇଛି ବୋଲି ପ୍ରକାଶ କରିଛନ୍ତି ‘ଫାର୍ମ ବି’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମି ସାହୁ । ଆଜି ଭବାନୀପାଟଣା ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ‘ଫାର୍ମ ବି’ ଉତ୍ପାଦର ବଜାର ପ୍ରବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ମହିଳା ଉଦ୍ୟୋଗପତି ତଥା ‘ଫାର୍ମ ବି’ର ପ୍ରତିଷ୍ଠାତା ଶ୍ରୀମତୀ ରଶ୍ମି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଅର୍ଥ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର, ବରିଷ୍ଠ ସେଲସ୍ ମୁଖ୍ୟ ମନୋରଞ୍ଜନ ପରିଡ଼ା ଏବଂ ଭାବନୀପାଟଣାର ବିପଣନ ବିଭାଗର ଜ୍ଞାନରଞ୍ଜନ ଜେନା ଉପସ୍ଥିି ଥିଲେ । ପଶ୍ଚିମ ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ସହର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରୁ ଏହି ଜୟଯାତ୍ରା ଆରମ୍ଭ ହୋଇ ସମଗ୍ର ପଶ୍ଚିମ ଓଡ଼ିଶାରେ ସହଜରେ ‘ଫାର୍ମ ବି’ର ସାମଗ୍ରୀ ସମସ୍ତଙ୍କୁ ଉପଲବ୍ଧ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ସେଲ୍‌ସ୍ ପ୍ରବନ୍ଧକ ଶ୍ରୀ ପରିଡା । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦ରୁ ଅଧିକ ଡିସ୍‌ଟ୍ରିବ୍ୟୁଟର ଯୋଗ ଦେଇଥିଲେ । ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ତଥା ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ଖାଦ୍ୟ ପଦାର୍ଥ ଉତ୍ପାଦନକାରୀ ପ୍ରତିଷ୍ଠାନ ରୁଚି ଫୁଡ଼ ଲାଇନର ସହେଯାଗୀ ସଂସ୍ଥା ଭାବେ ବିଶେଶ୍ଵର ଫୁଡ୍‌ସ ସାରା ଭାରତ ବର୍ଷରେ ତାର ସ୍ଵତନ୍ତ୍ରତା ବଜାୟ ରଖିପାରିବ ବୋଲି ଆଶାବାଦୀ ଅଛନ୍ତି ଉଦ୍ୟୋଗର କର୍ମକର୍ତ୍ତା । ସଂଯୋଜକ ଉଲ୍ଲାସ ଚନ୍ଦ୍ର ବେହୁରା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.