ଲକ୍ଷ୍ମୀ ଓ ଶକୁନ୍ତଳାଙ୍କୁ ୬୭ ବର୍ଷ : ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରା ମୁଣ୍ଡା ପଞ୍ଚାୟତ ମହୁଲପାଲି ଗ୍ରାମର ଅନେକ ଆଦିବାସୀ ଗରିବ ବିଧବା ମହିଳା ଓ ବୃଦ୍ଧବୃଦ୍ଧା ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ, ମହୁଲିପାଲି ଗ୍ରାମର ଆଦିବାସୀ ଗରିବ ବିଧବା ଲକ୍ଷ୍ମୀ ବରିହା‌ଙ୍କୁ ୬୭ ବର୍ଷ ହୋଇଥିଲେ ହେଁ ବିଧବା ଭତ୍ତା ପାଇବାରୁ ବଞ୍ଚିତ । ବିଧବା ଭତ୍ତା ପାଇଁ ବାରମ୍ବାର ଦରଖାସ୍ତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେହିପରି ଶକୁନ୍ତଳା ବରିହା (୬୭)ଙ୍କୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ । ଏନେଇ ଆମ ପ୍ରତିନିଧି ବୁକୁରାମୁଣ୍ଡା ସରପଞ୍ଚ ଅଭିମନ୍ୟୁ ବରିହା‌ଙ୍କୁ ଯୋଗାଯୋଗ କରିବାରୁ, ଠିକ୍ ଅଛି ମୁଁ ତଦନ୍ତ କରି ଭତ୍ତା ଯୋଗାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.