oom

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ଭାରତ ବନ୍ଦ ଡାକରା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୁପ୍ରିମ କୋର୍ଟଙ୍କ ନିଷ୍ପତିକୁ ବିରୋଧ କରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ଚଳିତ ମାସ ୧ ତାରିଖ ଦିନ ଏକ ରାୟ ପ୍ରକାଶ ପାଇଥିଲା । ଏହି ରାୟ ଅନୁସାରେ ଆଦିବାସୀ ଓ ହରିଜନ ମାନଙ୍କ ଜାତି ଭିତ୍ତିକ ସଂରକ୍ଷଣକୁ ପରିବର୍ତ୍ତନ କରି ଆର୍ଥିକ ଭିତ୍ତିକ ସଂରକ୍ଷଣ ଦିଆଯିବ ବୋଲି ପ୍ରକାଶ ପାଇଥିଲା । ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଆର୍ଥିକ ଭାବରେ ସ୍ୱଚ୍ଛଳ ଥିବା ଆଦିବାସୀ ଓ ହରିଜନ ପରିବାରକୁ ସଂରକ୍ଷଣ ପରିବର୍ତ୍ତେ ଆର୍ଥିକ ଭାବରେ ଦୁର୍ବଳ ପରିବାରକୁ ସଂରକ୍ଷଣ ଦିଆଯିବା କଥା ଉଲ୍ଲେଖ ଥିଲା ଏବଂ ଉକ୍ତ ରାୟକୁ ସମସ୍ତ ରାଜ୍ୟରେ ଲାଗୁ କରିବାକୁ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ମଧ୍ୟ ହୋଇଥିଲା । ଏହି ରାୟକୁ ବିରୋଧ କରି ଆଜି ସାରା ଦେଶରେ ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ମିଳିତ ଭାବରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ଅବସରରେ ସମଗ୍ର ଗଞ୍ଜାମ ଜିଲ୍ଲାର ଆଦିବାସୀ ଓ ହରିଜନ ସୁରକ୍ଷା ସଂଘଙ୍କ ଏକତ୍ରିତ ହୋଇ ଏକ ରାଜ ରାସ୍ତାରେ ରାଲି ବାହାରି ଦପ୍ତରାଞ୍ଚଳ ଓ ଜାତୀୟ ରାଜପଥ ଉପରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାରତ ମୁକ୍ତି ମୋର୍ଚ୍ଚା ସଭାପତି ଆଡ଼ଭୋକେଟ ସୁମା ଦାସ, ଆଦିବାସୀ ନେତା ରମେଶ ଶବର, ଭିଟା ମାଟି ସୁରକ୍ଷା ଅଭିଯାନ ପକ୍ଷରୁ ରାଜୁ ଶବର, ଭାସ୍କର ଶବର, ଲାକ୍ଷା ଶବର, ଉଲ୍ଲାସ ଶବର, କୁମାରୀ ଶବର, ପଦ୍ମା ଶବର, ସୁକାନ୍ତି ଶବର, କାଳିଆ ନାୟକ, ଜଗନ୍ନାଥ ପ୍ରଧାନ, ଅବନୀ ଗୟା(ମାନବ ଅଧିକାର ସୁରକ୍ଷା ମଞ୍ଚ), ଜଗା ପ୍ରଧାନ, କାଳିଆ ନାୟକ, ବଳରାମ ନାୟକ ବି.ଏସ୍.ପି ରାଜେନ୍ଦ୍ର ବେହେରା, ଭାଗିରଥି ବେହେରା, ଭୋକାଲ ସେଠୀ, ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନ ରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.