oom

ମୁରିବାହାଲ ବ୍ଲକ ଅଞ୍ଚଳରେ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ଦିଆଯାଇଥିବା ଏସ୍‌ସି ଓ ଏସ୍‌ଟି ସଂରକ୍ଷଣ ବିରୋଧି ରାୟକୁ ନିନ୍ଦା ତଥା ବିରୋଧ କରି ଆଜି ଅଗଷ୍ଟ ୨୧ ତାରିଖ ବୁଧବାର ଦିନ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ବଲାଙ୍ଗିର ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ମୁରିବାହାଲ ବ୍ଲକ ଶାଖା ପୂର୍ଣ୍ଣ ସମର୍ଥନ ଜଣାଇ ବନ୍ଦରେ ସାମିଲ ହୋଇଥିଲା । ଭାରତ ବନ୍ଦ ଡାକରାରେ ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଦୋକାନ ବଜାର, ଯାନବାହାନ ଓ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସକାଳୁ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ । ହଳଦୀ ଜାତୀୟ ରାଜପଥ ବଜାର ଛକରେ ରାସ୍ତା ଅବରୋଧ କରାଯାଇ ଡକାବାଦ୍ୟ ସହ ଏକ ବିରାଟ ପଟୁଆରରେ ବାହାରି ସମଗ୍ର ମୁରିବାହାଲ ବ୍ଲକ ଅଞ୍ଚଳ ପରିକ୍ରମା କରିଥିଲା । ଆନ୍ଦୋଳନକାରୀ ମାନେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଦିଆଯାଇଥିବା ରାୟ ଏସ୍‌ସି ଓ ଏସ୍‌ଟି ବର୍ଗଙ୍କ ସଂରକ୍ଷଣ ବିରୋଧୀ ୧୦ଦଫା ଦାବୀ ପ୍ରତି ଷଡଯନ୍ତ୍ର ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ମୁରିବାହାଲ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟିର ସୁରେନ୍ଦ୍ର ଛୁରା, ଲକ୍ଷ୍ମୀକାନ୍ତ ଧରୁଆ, ସୁରେଶ ଭୋଇ, ମଦନ ମୋହନ କୁମ୍ଭାର, ଟୁନାମଣି ମହାନନ୍ଦ, ସଙ୍କୀର୍ତ୍ତନ୍ୟ ଶିକା, ବିଭୀଷଣ ମହାନନ୍ଦ, ଭୀମସେନ ବାଗ, ଗୋପାଳ ସିଂ ଭୋଇ, ମଧୁ ଯାନୀ, ଚୁଡ଼ାମଣି ପୁଝାରୀ, ବାଳଗୋବିନ୍ଦ ମାଝୀ, ପ୍ରେମିକ ପୁଝାରୀ, ଡମ୍ବରୁଧର ଭୋଇ, ଯଦୁମଣି ଭୋଇଙ୍କ ସହ ଶତାଧିକ ଆଦିବାସୀ ଓ ଦଳିତ ବର୍ଗର ବ୍ୟକ୍ତିବିଶେଷ ଏହି ଭାରତ ବନ୍ଦରେ ସାମିଲ ହୋଇଥିଲେ । ଭାରତ ବନ୍ଦ ପାଳନ ବେଳେ ଥାନା ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ମୁତୟନ ରହିଥିଲେ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.